Latest Odisha News

BREAKING NEWS

Food poisoning: ଭୋଜିରେ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ହସ୍ପିଟାଲରେ ଭର୍ତ୍ତି

କୋରାପୁଟ:ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଗୁରୁତର । ଭୋଜି ଖାଦ୍ୟ ଖାଇ ଗୁରୁତର ହୋଇଥିବା ସୂଚନା ରହିଛି । କୋରାପୁଟ ମେଡିକାଲ କଲେଜରେ ଚାଲିଛି ଚିକିତ୍ସା ।

ସୂଚନାମୁତାବକ, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ତାଙ୍କ ବାସଭବନରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ ପରିବାରର ଅନ୍ୟ ତିନି ଜଣ ମହିଳା ସଦସ୍ୟ ମଧ୍ୟ ଚେତାଶୂନ୍ୟ ଅବସ୍ଥାରେ ମିଳିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସା ସମୟରେ ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, ଜଗଦଲପୁରରୁ ଫେରିଥିବା ପରିବାର ସଦସ୍ୟମାନେ ପଦ୍ମିନୀ ଏବଂ ତିନି ଜଣ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ତୁରନ୍ତ ସେମାନଙ୍କୁ କୋଟପାଡ଼ର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ଜୟପୁରର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (DHH)କୁ ସ୍ଥାନାନ୍ତର କରାଯାଇଥିଲା।

ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହା ଖାଦ୍ୟ ବିଷାକ୍ତର ଏକ ସମ୍ଭାବ୍ୟ ମାମଲା ବୋଲି ସୂଚିତ କରାଯାଉଛି। ତେ‌ବେ ଏନେଇ ଅଧିକ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ପଦ୍ମିନୀ ୨୦୧୯ ମସିହାରେ ଓଡ଼ିଶା ସରକାରରେ ବୟନଶିଳ୍ପ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। କୋଟପାଡ଼ର ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନ ଥିଲେ ।

Comments are closed.