ଲଣ୍ଡନ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହା ଅକ୍ଟୋବର ୨୯ରୁ ଆରମ୍ଭ ହେବ । ଏହା ପୂର୍ବରୁ ଆଇସିସିର ପୂର୍ବ ମ୍ୟାଚ ରେଫରୀ କ୍ରିସ ବ୍ରଡ ଟିମ ଇଣ୍ଡିଆ ଓ ସୌରଭ ଗାଙ୍ଗୁଲି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଉଥିବା ବେଳେ ମୋ ନିକଟକୁ ଫୋନ ଆସିଥିଲା । ଧୀମା ବୋଲିଂ ହାର ନେଇ ଟିମ ଇଣ୍ଡିଆ ବିପକ୍ଷରେ ହାଲକା ମନୋଭାବ ପୋଷଣ କରିବାକୁ କୁହାଯାଇଥିଲା । ଏପରିକି ଜରିମାନା ଦଣ୍ଡ ନ ଦେବାକୁ ମଧ୍ୟ କୁହାଯାଇଥିଲା । ଅବଶ୍ୟ ବ୍ରଡ କହି ନାହାନ୍ତି ତାଙ୍କୁ ଏହି ଫୋନ କିଏ କରିଥିଲେ । ଫଳରେ ତାଙ୍କ ଅଭିଯୋଗକୁ ନେଇ ସଂଶୟ ରହିଛି ।
ପରବର୍ତୀ ମ୍ୟାଚରେ ମଧ୍ୟ ସେୟା ହୋଇଥିଲା । ଟିମ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଚେତେଇଥିଲେ ମଧ୍ୟ ସେ ମୋ କଥା ଶୁଣି ନ ଥିଲେ । ଭାରତ ବିରୋଧରେ କୌଣସି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପାଇଁ ଫୋନରେ ନିର୍ଦ୍ଦେଶ ଦିଆଯାଇଥିଲା । ଭ୍ୟାନ ଡେର ଭିଜେଲ ଆଇସିସି ଅମ୍ପାୟର ମ୍ୟାନେଜର ଥିବା ବେଳେ ସବୁ କିଛି ଠିକ ଠାକ ଚାଲିଥିଲା । ସେ ଯିବା ପରେ ସବୁ କିଛି ହାତରୁ ଖସିବାରେ ଲାଗିଥିଲା । ଭାରତ ଏକପ୍ରକାର ଆଇସିସିକୁ କବଜା କରିନେଲାଣି ବୋଲି ବ୍ରଡ କହିଛନ୍ତି । ୨୦୨୪ରେ ସେ ଅବସର ଘୋଷଣା କରିଥିଲେ । ସେ ୧୨୩ ଟେଷ୍ଟ, ୩୬୧ ଦିନିକିଆ ଓ ୧୩୮ ଟି୨୦ରେ ମ୍ୟାଚ ରେଫରୀ ଦାୟିତ୍ୱ ତୁଲାଇଛନ୍ତି । ବ୍ରଡ ହଠାତ ଏ ଭଳି ଅଭିଯୋଗ କାହିଁକି ଆଣିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Comments are closed.