Latest Odisha News

BREAKING NEWS

ନରସିଂହପୁରର ପ୍ରଗଳା ଠାକୁରଣୀ; ଯେଉଁଠି ଶୂନ୍ୟରେ ଉଡୁଛି ଖଣ୍ଡା…

ଭୁବନେଶ୍ୱର: ସଂସ୍କୃତି ରାଜ୍ୟ ଆମ ଓଡିଶାରେ ଲୁଚି ରହିଛି ଅନେକ କିମ୍ବଦନ୍ତୀ ଓ ରହସ୍ୟ । ଯାହା ଲୋକଲୋଚନକୁ ମଧ୍ୟ ଆସିପାରି ନାହିଁ ।
ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ରହସ୍ୟମୟ ଠାକୁରାଣୀ ପୀଠ ସମ୍ପର୍କରେ । ଯାହାକୁ ପଢି ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଏହି ରହସ୍ୟମୟ ପୀଠରେ ଶୂନ୍ୟରେ ଉଡୁଛି ଖଣ୍ଡା । ଆସନ୍ତୁ ଜାଣିବା ଏହା ବିଷୟରେ…

ପୂର୍ବରୁ କଳିଙ୍ଗ(ଓଡିଶା)ରେ ପାଖାପାଖି ୨୬ଟି ପୂରାତନ ଗଡ଼ଜାତ ଥିଲା । ତାହା ମଧ୍ୟରୁ କଟକ ଜିଲ୍ଲାର ନରସିଂହପୁର ଗଡ଼ଜାତର ସ୍ଥାନ ଅଟେ ସ୍ବତନ୍ତ୍ର ।

ମନମୁଗ୍ଧକର ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ନରସିଂହପୁରର ଜୟପୁର ଗାଁ । ଚାରିପଟେ ଏହାକୁ ଘେରି ରହିଛି ଘଞ୍ଚଜଙ୍ଗଲ ।

ପ୍ରକୃତିର କୋଳରେ କାହିଁ କେତେ କାଳରୁ ଏଠାରେ ପୂଜା ପାଇଆସୁଛି ଦୁଇଟି ଖଣ୍ଡା । କୁହାଯାଏ ରାଜା ଧର୍ମଜୟ ସିଂହଙ୍କ ଅମଳରୁ
ଆଉ ଏହି ଦୁଇଟି ଖଣ୍ଡାକୁ ଲୋକେ ପ୍ରଗଳା ଠାକୁରାଣୀ ଭାବେ ପୂଜା କରିଆସୁଛନ୍ତି।

ଏବେ ଆସନ୍ତୁ ଜାଣିବା ଏହା ପଛର ରହସ୍ୟମୟ କାହାଣୀ…

ଜୟପୁର ଜଙ୍ଗଲରେ ଥିବା ଏହି ଦୁଇ ଖଣ୍ଡାକୁ ନେଇ ଶୁଣିବାକୁ ମିଳେ ବିଭିନ୍ନ କାହାଣୀ ।

ନରସିଂହପୁର ଗଡ଼ଜାତକୁ ପ୍ରତିଷ୍ଠା କରିଥିବା ରାଜା ଧର୍ମଜୟସିଂହଙ୍କର ଜଣେ କନ୍ୟା ଥିଲେ । ସେଥିଲେ ପରମ ଯୋଦ୍ଧା। ଯୁଦ୍ଧକ୍ଷେତ୍ରରେ ଶତ୍ରୁ ବିପକ୍ଷରେ ନିଜ ପିତାଙ୍କୁ ସାହାଯ୍ୟ କରି ଜିତାଇଥିଲେ ।

ପିତା ସିନା ଜିତି ଯାଇଥିଲେ କିନ୍ତୁ ଯୁଦ୍ଧରେ ଚାକିଗଲା ରାଜକନ୍ୟାଙ୍କ ପ୍ରାଣ । ଯୁଦ୍ଧ ସମୟରେ ସେହି ବିରାଙ୍ଗନା ପିତାଙ୍କୁ ସୁରକ୍ଷା କରିବାକୁ ଯାଇ ମର୍ତ୍ୟୁ ସାମ୍ନାରେ ନିଜର ଗଳା ଦେଖାଇ ଦେଇଥିଲେ ।

ନିଜ ବିରାଙ୍ଗନା କନ୍ୟାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ସେ ବ୍ୟବହାର କରୁଥିବା ଖଣ୍ଡା ଦୁଇଟିକୁ ରାଜା ଏଠାରେ ପ୍ରତିଷ୍ଠା କରି ପୂଜା କରୁଥିଲେ । ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ଖଣ୍ଡା ଆଜିବି ସେଠାରେ ପୂଜା ପାଉଥିବା କୁହାଯାଏ ।

ତେବେ ଏହି ଖଣ୍ଡା ଦୁଇଟି ଚମତ୍କାରୀ ଖଣ୍ଡା ଅଟେ । ଏହା ସବୁବେଳେ ନିଜସ୍ଥାନରେ ନଥାଏ । କେତେବେଳେ ଦେବୀଙ୍କର ଇଚ୍ଛାହୁଏ ତ ଖଣ୍ଡା ଦୁଇଟି ଆସ୍ଥାନରୁ ଅନ୍ତର୍ଦ୍ଧାନ ହୋଇଯାଆନ୍ତି । ପୁଣି କେତେବେଳେ ହଠାତ୍ ଝଣଝଣ ଶଦ୍ଦ କରି ଖଣ୍ଡା ଦୁଇଟି ଆସ୍ଥାନକୁ ଚାଲି ଆସନ୍ତି ବୋଲି ଏଠାକାର ପୂଜକ ମତ ଦିଅନ୍ତି ।

ଦେବୀଙ୍କର ଏହି ମହିମା ଯୋଗୁଁ ଏଠାରେ ବର୍ଷତମାମ ଭକ୍ତଙ୍କର ଭିଡ଼ ଲାଗି ରହେ ।

Leave A Reply

Your email address will not be published.