Latest Odisha News

BREAKING NEWS

Cyclone Montha: ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେଲା ‘ମୋନ୍ଥା’;ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକରେ…

ଭୁବନେଶ୍ୱର :ଉପକୂଳ ଆନ୍ଧ୍ର ପ୍ରଦେଶ ଉପରେ ଭୟଙ୍କର ଘୂର୍ଣ୍ଣିଝଡ଼ “ମୋନ୍ଥା”( Severe Cyclonic Storm “Montha”) ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେଲା । ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘୂର୍ଣ୍ଣିଝଡ଼ରେ ପରିଣତ ହେଲା “ମୋନ୍ଥା” । ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି।  ଏବେ ନରସପୁର ଓ ମଛଲିପଟ୍ଟନମ ମଧ୍ୟରେ ଅଛି ‘ମୋନ୍ଥା’। ବିଶାଖାପାଟଣାର ୨୩୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏବଂ ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ୪୭୦ କିଲୋମିଟର ଦୂରରେ ରହିଛି ‘ମୋନ୍ଥା’ ।

ଏହା ଆଉ କିଛି ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ବର୍ଷା ଜାରି ରହିଛି ।

ଏପଟେ ଆଗାମୀ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକର ଅନେକ ସ୍ଥାନରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନାଥାଉକି, ଚାନ୍ଦବାଲି (ଭଦ୍ରକ ଜିଲ୍ଲା) ୭୪.୦ ମିମି, ବାଲେଶ୍ୱର (ବାଲେଶ୍ୱର ଜିଲ୍ଲା) ୬୦.୬ ମିମି, ଗୋପାଳପୁର (ଗଞ୍ଜାମ ଜିଲ୍ଲା) ୨୪.୮ ମିମି, ପାରାଦୀପ (ଜଗତସିଂହପୁର ଜିଲ୍ଲା)ରେ ୨୩.୦ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି ।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆନ୍ଧ୍ରପ୍ରଦେଶର ନର୍ସାପୁରମ୍‌ରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମୋନ୍ଥା’। ଅମ୍‌ଲାପୁରମ୍‌ଠାରୁ ୪୫ କିଲୋମିଟର ଦୂରରେ ନର୍ସପୁରମ୍‌ରେ ସ୍ଥଳଭାଗ ଛୁଇଁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ପ୍ରଥମେ କାକିନାଡ଼ା, ପରେ ଅମ୍‌ଲାପୁରମ୍‌ ଶେଷରେ ଅମ୍‌ଲାପୁରମଠାରୁ ୪୫ କିଲୋମିଟର ଦୂର ନର୍ସାପୁରମରେ ସ୍ଥଳଭାଗ ଛୁଇଁଥିଲା ।

 

Comments are closed.