ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ନଭେମ୍ବରରୁ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ୨୨ ନଭେମ୍ବରରୁ ଗୌହାଟୀରେ ଖେଳାଯିବ । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ପ୍ରଥମ ଥର ପାଇଁ ଭାରତରେ ଆଗ ଟି ବ୍ରେକ ଏବଂ ପରେ ଲଂଚର ବ୍ୟବସ୍ଥା କରାଯାଇଛି । ବରସାପାରା ଷ୍ଟାଡିୟମରେ ଟେଷ୍ଟର ପ୍ରଥମ ସେଶନ ସକାଳ ୯ରୁ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହା ପରେ ୧୧ରୁ ୧୧ଟା୨୦ ପର୍ଯ୍ୟନ୍ତ ଟି ବ୍ରେକ ହେବ । ୧୧ ଟା୨୦ରୁ ୧ଟା୨୦ ପର୍ଯ୍ୟନ୍ତ ଦ୍ୱିତୀୟ ସେଶନ ଖେଳାଯିବ । ଲଂଚ ବ୍ରେକ ୧ଟା୨୦ରୁ ୨ଟା ପର୍ଯ୍ୟନ୍ତ ରହିବ । ଏହା ପରେ ତୃତୀୟ ସେଶନ ଖେଳ ହେବ ।
ଗୌହାଟୀରେ ସୂର୍ଯ୍ୟାସ୍ତ ଶୀଘ୍ର ହୋଇ ଯାଇଥାଏ । ଏହାକୁ ଆଖି ଆଗରେ ରଖି ମ୍ୟାଚ ମଧ୍ୟ ଶୀଘ୍ର ଆରମ୍ଭ ହେବ । ସେଥିପାଇଁ ଟି ବ୍ରେକର ବ୍ୟବସ୍ଥା ପ୍ରଥମେ ରଖାଯାଇଛି । ଅପରାହ୍ନ ୪ଟା ସୁଦ୍ଧା ମ୍ୟାଚ ଶେଷ ହେବ । ଭାରତରେ ପ୍ରାୟତଃ ସକାଳ ୯ଟା ୨୦ରୁ ମ୍ୟାଚ ଆରମ୍ଭ ହୋଇ ୪ଟା ୩୦ ପର୍ଯ୍ୟନ୍ତ ଖେଳାଯାଇଥାଏ । ଲଂଚ ବ୍ରେକ(୧୧ଟା୩୦ରୁ ୧୨ଟା୧୦) ଓ ପରେ ଟି ବ୍ରେକ ( ୨ଟା୧୦ରୁ ୨ଟା ୩୦)ରଖାଯାଇଥାଏ ।
Comments are closed.