ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯାଉଛି । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି । ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆକୁ ନାକେଦମ କରିଥିବା ଜୋଶ ହାଜେଲଉଡ ବାକି ୩ଟି ମ୍ୟାଚରେ ଖେଳିବେନି । ଏହା କିଛି ମାତ୍ରାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । ଆଗକୁ ଆଶେସ ସିରିଜ ଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ହାଜେଲଉଡଙ୍କୁ ବିଶ୍ରାମ ଦେବା ପାଇଁ ଏହି ଯୋଜନା କରିଛି ।
ହାଜେଲଉଡ ଭାରତ ବିପକ୍ଷରେ ୪ ଓଭରରେ ୧୩ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ହାଜେଲଉଡଙ୍କ ଅନୁପସ୍ଥିତି ସମ୍ପର୍କରେ ଅଭିଷେକ ଶର୍ମାଙ୍କୁ ପଚରାଯିବାରୁ ସେ କହିଥିଲେ, ସମସ୍ତ ଫର୍ମାଟ ପାଇଁ ସେ ଜଣେ ଉପଯୋଗୀ ଖେଳାଳି । ତାଙ୍କ ବିପକ୍ଷରେ ବ୍ୟାଟିଂ କରିବା ମଜା ଲାଗେ । ହାଜେଲଉଡଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆ ବୋଲରଙ୍କୁ ଦୁର୍ବଳ କରିବା ବୋଲି ଆଶା କରାଯାଉଛି । ଭାରତ ତୃତୀୟ ଟି୨୦ରେ ନିଶ୍ଚିତ ଭାବେ ଏହାର ଫାଇଦା ଉଠାଇବା ପାଇଁ ଚାହିଁବ ।
Comments are closed.