Latest Odisha News

BREAKING NEWS

ପ୍ରଫେଶନାଲ ଟେନିସରୁ ଅବସର ନେଲେ ରୋହନ ବୋପାନ୍ନା

ନୂଆଦିଲ୍ଲୀ: ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପ୍ରଫେଶନାଲ ଟେନିସରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟରର ଅନ୍ତ ଘଟିଛି । ପ୍ୟାରିସ ମାଷ୍ଟର୍ସ ୧୦୦୦ରେ ସେ ଶେଷ ଥର ପାଇଁ ଆଲେକଜାଣ୍ଡର ବୁବଲିକଙ୍କ ସହ ଖେଳିଥିଲେ । ଚଳିତ ବର୍ଷ ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଜିତିଥିଲେ । ସେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଶୀର୍ଷ ସ୍ଥାନରେ ରହି ଇତିହାସ ରଚିଥିଲେ । ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ଲେଖି ଅବସର ସମ୍ପର୍କରେ ଘୋଷଣା କରିଥିଲେ । ୨୦ରୁ ଊର୍ଦ୍ଧ୍ୱ ବର୍ଷ ଟେନିସ ମୋ ଜୀବନର ଏକ ଅଭିନ୍ୟ ଅଙ୍ଗ ହୋଇ ରହି ଯାଇଥିଲା । ଟେନିସ ର‌୍ୟାକେଟ ଛାଡିବା ମୋ ପକ୍ଷେ ଏତେଟା ସହଜ ନ ଥିଲା । ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ଜୀବନର ସବୁଠାରୁ ଗର୍ବର କ୍ଷଣ ଥିଲା ।

୪୫ ବର୍ଷୀୟ ବୋପାନ୍ନା ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୪ ଅଷ୍ଟ୍ରେଲିଆ ଓପନରେ ପୁରୁଷ ଡବଲ୍ସ ଏବଂ ୨୦୧୭ ଫ୍ରେଂଚ ଓପନରେ ମିକ୍ସଡ ଡବଲ୍ସ ଟାଇଟଲ ହାସଲ କରିଥିଲେ । ସେ ୪ଥର ଗ୍ରାଣ୍ଡସ୍ଲାମର ଫାଇନାଲରେ ମଧ୍ୟ ପ୍ରବେଶ କରିଛନ୍ତି । ସେ ୨୦୧୨ରେ ମହେଶ ଭୂପତି ଏବଂ ୨୦୧୫ରେ ଫ୍ଲୋରିନ ମାର୍ଜିଆଙ୍କ ସହ ଏଟିପି ଫାଇନାଲ୍ସର ଫାଇନାଲରେ ପ୍ରବେଶ କରିଥିଲେ । ଏକ ସାଧାରଣ ପରିବାରରୁ ଆସିଥିବା ବୋପାନ୍ନା ତାଙ୍କ ସର୍ଭିସ ମଜଭୁତ କରିବା ପାଇଁ କାଠ କାଟୁଥିଲେ । ସେହିପରି ସହନଶକ୍ତି ବୃଦ୍ଧି କରିବା ପାଇଁ କଫି ବଗିଚାରେ ଦୌଡୁଥିଲେ । ବୋପନ୍ନା ଆଗକୁ ତାଙ୍କ ଟେନିସ ଏକାଡେମୀ ପ୍ରତି ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି ।

Comments are closed.