ନୂଆପଡା:ନୂଆପଡ଼ା ଉପନିର୍ବାଚନ ପାଇଁ ଧିରେ ଧିରେ ଜମିଲାଣି ପ୍ରଚାର । ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ତଥା ନୂଆପଡା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେଭନ୍ଥ ରେଡ୍ଡୀ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଭୋଟ୍ ମାବିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି ।
ଏହି ଅବସରରେ ନୂଆପଡ଼ା ସାଲେଭଟା ଠାରେ ଆୟୋଜିତ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରି ସମସ୍ତ ବିଷୟର ସମୀକ୍ଷା କରିଛନ୍ତି ଭକ୍ତ ଚରଣ ଦାସ । ତେବେ ପିସିସି ସଭାପତିଙ୍କ ସହ ପ୍ରାର୍ଥୀ ଘାସିରାମ ମାଝୀ, ବିଧାୟକ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଅମିତ ହୁସେନ ଏବଂ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।
Comments are closed.