Latest Odisha News

BREAKING NEWS

ଅର୍ଶଦୀପ, ୱାଶିଂଟନଙ୍କ ପ୍ରଭାବୀ ପ୍ରଦର୍ଶନ: ସିରିଜ ବରାବର କଲା ଟିମ ଇଣ୍ଡିଆ

ହୋବାର୍ଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥତିକୁ ଆସିଛି । ପ୍ରଥମ ଟି୨୦ ବାତିଲ ହୋଇଥିବା ବେଳେ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଓ ତୃତୀୟରେ ଭାରତ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ ହରାଇ ୧୮୬ ରନ କରିଥିଲା । ଟିମ ଡେଭିଡ ୩୮ ବଲରେ ବିସ୍ଫୋରକ ୭୪ ରନ କରିଥିଲେ । ମାର୍କସ ଷ୍ଟୋଇନିସ ୬୪ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ ବରୁଣ ଚକ୍ରବର୍ତି ୨ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଭାରତ ୧୮.୩ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ୱାଶିଂଟନ ସୁନ୍ଦର ୨୩ ବଲରେ ୪୯ ଓ ଜିତେଶ ଶର୍ମା ୧୩ ବଲରେ ୨୨ ରନ କରି ଅପରାଜିତ ରହିବା ସହ ଭାରତକୁ ବିଜୟୀ କରାଇଥିଲେ । ଅଭିଷେକ ଶର୍ମା ୨୫, ଶୁଭମନ ଗିଲ ୧୫, ସୂର୍ଯ୍ୟକୁମାର ଯାଦବ ୨୪, ତିଳକ ବର୍ମା ୨୯ ଓ ଅକ୍ଷର ପଟେଲ ୧୭ ରନ କରିଥିଲେ । ଦଳଗତ ପ୍ରଦର୍ଶନ ଯୋଗୁ ଭାରତ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଏଲିସ ୩ଟି ୱିକେଟ ନେଇଥିଲେ । ପ୍ରଭାବୀ ବୋଲିଂ ପ୍ରଦର୍ଶନ ପାଇଁ ଅର୍ଶଦୀପଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ନଭେମ୍ବର ୬ରେ ଗୋଲ୍ଡ କଷ୍ଟରେ ୪ର୍ଥ ଟି୨୦ ଖେଳାଯିବ ।

Comments are closed.