Latest Odisha News

BREAKING NEWS

ନୂଆପଡା ଡାକ୍ତରଖାନା ଛାତରୁ ଡେଇଁ ସିକ୍ୟୁରିଟି ଗାର୍ଡ ମୃତ

ନୂଆପଡା: ନୂଆପଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ସିକ୍ୟୁରିଟି ଗାର୍ଡ୍ ପଲାସାଗୁଡ଼ା ଗାଁର ଲଘୁତମ ସାହୁ ।

ସୂଚନାଥାଉକି, ଲଘୁତମ ସାହୁ ଗତ ୫ ମାସ ଧରି ତାଙ୍କର ଦରମା ପାଇ ନଥିଲେ। ଆର୍ଥିକ ସମସ୍ୟା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି।

ଏପଟେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିଛି ଓ ତଦନ୍ତ ଆରମ୍ଭ କରିଛି।

 

Comments are closed.