ଜୟପୁର: ରାଜସ୍ଥାନ ଜୟପୁରରେ ଏକ ଦ୍ରୁତଗାମୀ ଡମ୍ପର ଗୋଟିଏ ପରେ ଗୋଟିଏ କରି ପ୍ରାୟ ୧୭ଟି ଗାଡ଼ିକୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରୁ ଅନେକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। କିଛି ଲୋକଙ୍କ ଗୋଡ଼ କଟିଯାଇଥିଲା ବେଳେ ଅନେକଙ୍କ ହାତ କଟିଯାଇଥିଲା। ଦୁର୍ଘଟଣାରେ ଦଶ ଜଣ ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ SMS ହସ୍ପିଟାଲ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।
ପୋଲିସ ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ହରମାଡାର ଲୋହା ମଣ୍ଡିରେ ଏହି ଦୁର୍ଘଟଣା ଘଟିଥିଲା। ଡମ୍ପର ଗାଡ଼ି ଗୁଡ଼ିକୁ ଧକ୍କା ଦେଇଥିଲା। ଲୋକମାନେ ଡମ୍ପର ଡ୍ରାଇଭରକୁ ଘଟଣାସ୍ଥଳରୁ କାବୁ କରିଥିଲେ। ସେ ଅତ୍ୟଧିକ ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ଅପରପକ୍ଷରେ ଡ୍ରାଇଭର କଲ୍ୟାଣ ମୀନା ବିରାଟନଗରର ବାସିନ୍ଦା ହୋଇଥିବା ଜଣାପଡ଼ିଛି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି।
ଆହୁରି ମଧ୍ୟ ଦୁର୍ଘଟଣାର ପ୍ରାୟ ଦେଢ଼ କିଲୋମିଟର ପୂର୍ବରୁ ଡମ୍ପର ଡ୍ରାଇଭର ଏକ ପେଟ୍ରୋଲ ପମ୍ପ ବାହାରେ ଏକ କାର୍ ଡ୍ରାଇଭର ସହ ଝଗଡ଼ା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।
Comments are closed.