Latest Odisha News

BREAKING NEWS

Nuapada Bypoll: ନୂଆପଡ଼ାରେ ନବୀନଙ୍କ ଗର୍ଜନ, ଛାନିଆଁ ହେଲେ ବିରୋଧୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ହେବା ଆଗରୁ ରାଜନୈତିକ ମାହୋଲ ବେସ ସରଗରମ ରହିଛି । ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତିରେ ପ୍ରଚାର ଚଳାଇଛନ୍ତି । ଶାସକ ଦଳ ୧୬ ମାସର ସଫଳତା କଥା କହି ଭୋଟ ମାଗୁଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ବିଜେପି ସରକାରକୁ କଟାକ୍ଷ କରିଛନ୍ତି । ଏହାରି ମଧ୍ୟରେ ବିରୋଧୀଦଳନେତା ନବୀନ ମଇଦାନକୁ ଓହ୍ଲାଇ ରାଜ୍ୟସରକାରଙ୍କ ଅପାରଗତାକୁ ସିଧା ସଳଖ ଟାର୍ଗେଟ କରିଛନ୍ତି ।

ନୂଆପଡାର ତରବୋଡ ସମ୍ଭବ ପଡିଆରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନବୀନ ପ୍ରଚାର କରିଛନ୍ତି । ବିଜେଡି ସରକାର କାମରେ ବିଶ୍ୱାସ କରୁଥିଲା କଥାରେ ନୁହେଁ । ହେଲେ ଏବେକାର ସରକାର ଗତ ୧୬ ମାସରେ କାମ ଜିରୋ କରିଛନ୍ତି । ନୂଆପଡା ଜିଲ୍ଲାକୁ ବିଜୁ ବାବୁ ଗଠନ କରିଥିଲେ । ଏହା ସହ ବିଜେଡି ସରକାର ଏହି ଜିଲ୍ଲାରେ ଅନେକ ଉନ୍ନତି କରିଛି । କିନ୍ତୁ ବର୍ତ୍ତମାନର ସରକାର ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ନେବା ପାଇଁ ଚାହୁଁଛି ବୋଲି ନବୀନ କହିଛନ୍ତି ।

ରାଜ୍ୟରେ ବିକାଶ ପୁରା ବନ୍ଦ ହୋଇଯାଇଛି । ମିଶନଶକ୍ତି ମହିଳାମାନେ ଦରମା ପାଉନାହାଁନ୍ତି, ରାଜୁଭାଇଙ୍କ ପୁଅକୁ ସେମାନେ ନେଇଯାଇଛନ୍ତି । ହେଲେ ନୂଆପଡାବାସୀ ଏହାର କଡା ଜବାବ ଆସନ୍ତା ନଭେମ୍ବର ୧୧ ତାରିଖରେ ଦେବେ ବୋଲି ନବୀନ ନିଜ ଭାଷଣରେ କହିଛନ୍ତି । ରାଜୁ ଭାଇ ଯାହା ଜିଲ୍ଲାପାଇଁ କହିଛନ୍ତି ତାହା କରାଯାଇଛି । ତେଣୁ ଏ ସରକାରଙ୍କ କଥାରେ କେହି ଭାସି ନ ଯାଇ ବିଜେଡିକୁ ବିଜୟୀ କରନ୍ତୁ ବୋଲି ନବୀନ କହିଛନ୍ତି ।

ନୂଆପଡାରେ ନବୀନଙ୍କ ଭାଷଣ ଶୁଣିବାପରେ ବିରୋଧଦଳରେ ଛନକା ପଶିଛି । ଗତ ୨୪ ବର୍ଷ ମଧ୍ୟରେ ନବୀନଙ୍କ ପ୍ରଚାର ବହୁତ ଫରକ ପକାଇଥାଏ । ତେବେ ନୂଆପଡାରେ ମଧ୍ୟ ନବୀନଙ୍କ ପ୍ରଚାର ଫରକ ପକାଇବ ବୋଲି ବିରୋଧୀ ଭାବୁଥିବା ଅନୁମାନ କରାଯାଉଛି । ତେବେ ନବୀନଙ୍କ ଏହି ଭାଷଣକୁ ଲୋକେ କେତେଦୂର ଗ୍ରହଣ କରିବେ ତାହା ଆଗାମୀ ଦିନରେ ହିଁ ଜଣାପଡିବ ।

Comments are closed.