Latest Odisha News

BREAKING NEWS

Weather update: ଖସୁଛି ପାରଦ;ରାତ୍ରି ତାପମାତ୍ର ୩ରୁ ୪ ଡିଗ୍ରୀ କମିବ

ଭୁବନେଶ୍ବର:ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ। ୨ରୁ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର  ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଚଳିତବର୍ଷ ବିଳମ୍ବରେ ଆସି ଶୀଘ୍ର ଚାଲିଯିବ । ଶୀତର ଅବଧି କମ୍ ରହିବ। ଆଗାମୀ ୭ଦିନ ପାଇଁ ରାଜ୍ୟରେ କୌଣସି ୱାର୍ଣ୍ଣିଂ ନଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ । ଏହାର ପ୍ରଭାବରୁ ୨ରୁ ୩ ଡିଗ୍ରୀ କମିବ ରାତ୍ରି ତପମାତ୍ରା ।

 

Comments are closed.