ଭୁବନେଶ୍ୱର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ବିଟେକ ଛାତ୍ର। ଗଞ୍ଜେଇ ଚାଲାଣ ବେଳେ ସମ୍ବଲପୁର ସିଟି ଷ୍ଟେସନରେ ମାଡ଼ି ବସିଲା RPF ର ସ୍ବତନ୍ତ୍ର ଟିମ୍। ଭୁବନେଶ୍ୱର ଧାନବାଦ ଏକ୍ସପ୍ରେସ ଟ୍ରେନରୁ ୩ଜଣ ବିଟେକ ଛାତ୍ରଙ୍କୁ ଗିରଫ କରାଯାଇଛି।
୪ଟି ଟ୍ରଲି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ। ୩ଜଣ ଛାତ୍ରଙ୍କୁ ଗିରଫ ସହ ୭୧ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି RPF ପୋଲିସ । ଅନୁଗୁଳରୁ ଝାଡ଼ଖଣ୍ଡ ଧାନବାଦକୁ ଏହି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଗିରଫମାନେ ହେଲେ ବିହାର, ଗୁଜୁରାଟ ଓ ୟୁପି ରାଜ୍ୟର ଛାତ୍ର ହୋଇଥିବା ବେଳେ ଆରପିଏଫର ସ୍ୱତନ୍ତ୍ର ଟିମ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Comments are closed.