Latest Odisha News

BREAKING NEWS

‘ବନ୍ଦେ ମାତରମ୍‌’କୁ ପୁରୁଛି ୧୫୦ ବର୍ଷ; ଆସନ୍ତା ୭ରେ ସମସ୍ତ ଶିକ୍ଷାନୁଷ୍ଠାରେ ଛାତ୍ରଛାତ୍ରୀମାନେ ଗାଇବେ ଏହି ଗୀତ

ଭୁବନେଶ୍ୱର: ଆମର ଜାତୀୟ ଗୀତି ଭାବେ ପରିଚିତ ‘ବନ୍ଦେ ମାତରମ୍‌’କୁ ୧୫୦ ବର୍ଷ ପୁରୁଛି । ଏହି ଅବସରରେ ଆସନ୍ତା ୭ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ୍‌’ ଗାଇବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି ।

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ବାରା ଲିଖିତ ‘ଆନନ୍ଦ ମଠ’ ପୁସ୍ତକରେ ସଂଯୋଜିତ ଥିଲା ଏହି ‘ବନ୍ଦେ ମାତରମ୍‌’ ଗୀତଟି । ୧୮୮୨ ମସିହାରେ ଲେଖା ଯାଇଥିଲା ଏହି ପ୍ରସିଦ୍ଧ ଗୀତ । ଏହି ‘ବନ୍ଦେ ମାତରମ୍‌’ ଗୀତଟିକୁ ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି ।

ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।

Comments are closed.