ବିଳାସପୁର: ଛତିଶଗଡ଼ର ବିଳାସପୁର ନିକଟରେ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ଟ୍ରେନ୍ ସହ ଏକ ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଯାତ୍ରୀ ଆହତ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ ଗେଭରା ରୋଡ୍ ରୁ ବିଳାସପୁର ଯାଉଥିବା ମେମୁ ଲୋକାଲ୍ ଟ୍ରେନ୍ ନଂ ୬୮୭୩୩ ଗାଟୋରା ଏବଂ ବିଳାସପୁର ମଧ୍ୟରେ ଅପଲାଇନରେ ଏକ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା। ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଯାତ୍ରୀବାହୀ ଟ୍ରେନ୍ ର ପ୍ରଥମ କୋଚ୍ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ଯାଇଥିବା ବେଳେ ଅନେକ କୋଚ୍ ଲାଇନଚ୍ୟୁତ ହୋଇଛି।ଏଥିସହିତ ଓଭରହେଡ୍ ତାର ଏବଂ ସିଗନାଲିଂ ସିଷ୍ଟମ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହେବାଫଳରେ ରୁଟ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବା ସହ ଅନେକ ଟ୍ରେନ୍ କୁ ବାତିଲ କରିଦିଆଯାଇଛି। ସେହିପରି କିଛି ଟ୍ରେନ ଗୁଡ଼ିକୁ ଡାଇଭର୍ଟ କରାଯାଇଛି।
ଦୁର୍ଘଟଣା ପରେ ରେସ୍କ୍ୟୁ ଟିମ୍, RPF କର୍ମଚାରୀ , ସ୍ଥାନୀୟ ପୋଲିସ ରିଲିଫ୍ ଏବଂ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ୍ ଦୁର୍ଘଟଣାସ୍ଥଳରେ ଜରୁରୀକାଳୀନ ଡାକ୍ତରୀ ଦଳ ପହଞ୍ଚି ଆହତମାନଙ୍କର ଚିକିତ୍ସା କରୁଛନ୍ତି ଓ ଗୁରୁତର ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ତେବେ ସୂଚନା ପାଇଁ ଯାତ୍ରୀ ଏବଂ ସମ୍ପର୍କୀୟମାନଙ୍କ ଲାଗି ରେଳବାଇ ଦ୍ୱାରା ନିମ୍ନଲିଖିତ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।
*ବିଳାସପୁର – ୭୭୭୭୮୫୭୩୩୫,
*କୋରବା-୭୮୬୯୯୫୩୩୩୦
*ଚମ୍ପା – ୮୦୮୫୯୫୬୫୨୮
*ରାୟଗଡ଼ – ୯୭୫୨୪୮୫୬୦୦
*ପେଣ୍ଡ୍ରା ରୋଡ୍ – ୮୨୯୪୭୩୦୧୬୨
*ଉସଲାପୁର -୭୭୭୭୮୫୭୩୩୮
ଦୁର୍ଘଟଣା ସ୍ଥଳ -୯୭୫୨୪୮୫୪୯୯, ୮୬୦୨୦୦୭୨୦୨
Comments are closed.