ଦୁବାଇ: ଏସିଆ କପ ବିବାଦ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପାକିସ୍ତାନର ପେସ ବୋଲର ହ୍ୟାରିସ ରୌଫଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହ୍ୟାରିଶଙ୍କୁ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେୁ ନଭେମ୍ବର ୪ ଓ ୬ରେ ହେବାକୁ ଥିବା ମ୍ୟାଚରେ ସେ ଖେଳିବେନି । ତାଙ୍କୁ ୨ ଡିମେରିଟ ଅଙ୍କ ଦିଆଯାଇଛି । ଆଇସିସି ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇଛି । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ ଫିର ୩୦ ପ୍ରତିଶତ ଅର୍ଥ ଜରିମାନା ବାବଦକୁ କଟାଯିବ ।
ସେପ୍ଟମ୍ବର ୨୧ରେ ଖେଳାଯାଇଥିବା ସୁପର ୪ ମୁକାବିଲାରେ ହ୍ୟାରିଶ ଭାରତର ଏକ ୱିକେଟ ହାସଲ କରିବା ପରେ ଫାଇଟର ପ୍ଲେନ ଖସାଇବା ଈଶାରା କରିଥିଲେ । ମ୍ୟାଚ ପରେ ବିସିସିଆଇ ହ୍ୟାରିଶ ରୌଫ ଓ ସାହେବାଜାଦା ଫରହାନାଙ୍କ ବିରୋଧରେ ଆଇସିସି ନିକଟରେ ଅଭିଯୋଗ କରିଥିଲେ । ପାକିସ୍ତାନ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇ ନ ଥିବାରୁ ସୂର୍ଯ୍ୟକୁମାରଙ୍କ ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି । ଅର୍ଶଦୀପ ସିଂଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନ ଥିବ ବେଳେ ଯଶପ୍ରୀତ ବୁମରାହଙ୍କୁ ଚେତାବନୀ ଦିଆଯାଇ ଛଡାଯାଇଛି । ତାଙ୍କୁ ଗୋଟିଏ ଡିମେରିଟ ଅଙ୍କ ମିଳିଛି । ଫାଇନାଲ ମ୍ୟାଚ ପରେ ଅବଶ୍ୟ ବୁମରାହ ତାଙ୍କ ଦୋଷ ସ୍ୱୀକାର କରିଥିଲେ ।
Comments are closed.