Latest Odisha News

BREAKING NEWS

ରାସ୍ତାରେ ବସି ପାଠ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ

କଟକ: ରାସ୍ତାରେ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟରେ କ୍ଲାସ୍ ରୁମ୍ ଅସୁରକ୍ଷିତ ଦର୍ଶାଇ ଅଭିନବ ପ୍ରତିବାଦ କଲେ । କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଲେ । ଶ୍ରେଣୀଗୃହ ସମସ୍ୟା ହେତୁ ପ୍ରତିବାଦ କଲେ ଓଡ଼ିଆ ବିଭାଗ ଯୁକ୍ତ ୩ କଳା ୨ୟ ବର୍ଷର ଛାତ୍ରଛାତ୍ରୀ

ଖବରମୁତାବକ, କିଛି ଦିନ ତଳେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ କ୍ଲାସରୁମ୍ ସିଲିଂ ଖସି ପଡିଥିଲ । ଏହାପରେ ଛାତ୍ରଛାତ୍ରୀମାନେ ମରାମତି ପାଇଁ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲେ। ହେଲେ ରେଜିଷ୍ଟ୍ରାର କୌଣସି ପଦକ୍ଷେପ ନେଇନଥିଲେ।

ତେବେ ଆଜି ଓଡ଼ିଆ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅଧ୍ଯାପକଙ୍କ ସହ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ବହିଖାତା ଧରି ପାଠ ପଢିଥିଲେ ।

ଏପଟେ ୧୦ ଦିନ ଭିତରେ ସିଲିଂ ମରାମତି କରିବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଛନ୍ତି।

Comments are closed.