Latest Odisha News

BREAKING NEWS

‘ଓ ମାଇଁ ବିଉଟିଫୁଲ୍ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାରେ ଆବେଦନ ପାଇଁ ସମୟସୀମା ବୃଦ୍ଧି

ଭୁବନେଶ୍ୱର: ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ କମ୍ପାନୀଗୁଡ଼ିକ (ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌, ଏବଂ ଟିପିଡବ୍ଲୁଓଡିଏଲ୍‌) ସେମାନଙ୍କର ପ୍ରମୁଖ ଫଟୋଗ୍ରାଫି ପ୍ରତିଯୋଗିତା ‘ଓ ମାଇ ବିୟୁଟିଫୁଲ୍ ଓଡ଼ିଶା ୩.୦’ର ତୃତୀୟ ସଂସ୍କରଣ ଆରମ୍ଭ କରିଛନ୍ତି । କମ୍ପାନୀ ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟର ଉତ୍ସାହୀ ଫଟୋଗ୍ରାଫର୍ ମାନଙ୍କୁ ଓଡ଼ିଶାର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ଜୈବ ବିବିଧତା ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରିଛି ।

ଚଳିତ ବର୍ଷର ବିଷୟବସ୍ତୁ, “ଓଡ଼ିଶାର ବନ୍ୟପ୍ରାଣୀ ଏବଂ ଜୈବବିବିଧ ଭୂଦୃଶ୍ୟ’ ଉତ୍ସାହୀ ଫଟୋଗ୍ରାଫର ମାନଙ୍କ ମାଧ୍ୟମରେ ରାଜ୍ୟର ପରିବେଶଗତ ସମ୍ପଦକୁ ଜୀବନ୍ତ କରିବା ପାଇଁ ଲକ୍ଷ୍ୟ ରଖିଛି । ଘନ ଜଙ୍ଗଲ ଏବଂ ଆର୍ଦ୍ରଭୂମିରୁ ଆରମ୍ଭ କରି ବିଶାଳ ପକ୍ଷୀ ଏବଂ ପ୍ରାଣୀ ସମ୍ପଦ ପର୍ଯ୍ୟନ୍ତ, ଏହି ପ୍ରତିଯୋଗିତା ଓଡ଼ିଶାର ପ୍ରାକୃତିକ ବିବିଧତା ଓ ପ୍ରକୃତି ସହିତ ଏହାର ଗଭୀର ସମ୍ପର୍କକୁ ପାଳନ କରୁଛି ।

ଲଗାତାର ତୃତୀୟ ବର୍ଷ ଧରି ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା, ବର୍ତ୍ତମାନ କମ୍ପାନୀର ଦୀର୍ଘ ସ୍ଥାୟୀତ୍ୱ ଏବଂ ସାଂସ୍କୃତିକ ପରିଚାଳନା ପ୍ରୟାସର ଏକ ଅଂଶ ଭାବରେ ଗୋଷ୍ଠୀ କୈନ୍ଦ୍ରିକ ଆକର୍ଷଣୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଏହି ଅଭିଯାନ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ପରିବେଶ ସଚେତନତା, ସ୍ଥାନୀୟ ଗୌରବ ଏବଂ ସମ୍ପ୍ରଦାୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଯେଭଳି ଅଧିକ ଅଂଶଗ୍ରହଣକାରୀ ଏହି ପ୍ରତିଯୋଗିତାରେ ଯୋଗଦେବେ ଏବଂ ଓଡ଼ିଶାର ଅତୁଳନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କ୍ୟାମେରାରେ ତୋଳି ଧରିବେ ସେଥିପାଇଁ ଆବେଦନର ଶେଷ ତାରିଖକୁ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏହି ପ୍ରତିଯୋଗିତା ଉଭୟ ବୃତ୍ତିଗତ ଏବଂ ସୌଖିନ ଫଟୋଗ୍ରାଫରଙ୍କୁ ଓଡ଼ିଶାର ବିବିଧ ଉଦ୍ଭିଦ, ପ୍ରାଣୀ ଏବଂ ଭୂଦୃଶ୍ୟ ପ୍ରଦର୍ଶନ କରିବାକୁ ଉତ୍ସାହିତ କରୁଛି । ଫଟୋଗୁଡିକ ପ୍ରତିଯୋଗିତାର ନୈତିକ ନିର୍ଦ୍ଦେଶାବଳୀ ପାଳନ କରୁଥିବା ସହିତ ମୂଳ ଏବଂ ଅପ୍ରକାଶିତ କୃତି ହେବା ଆବଶ୍ୟକ ।

ବିଜେତା ଫଟୋଗୁଡ଼ିକୁ ଫଟୋଗ୍ରାଫରଙ୍କ ନାମ ସହିତ ଟିପି ଓଡ଼ିଶା ଡିସକମ୍ ଗୁଡିକର ୨୦୨୬ କ୍ୟାଲେଣ୍ଡରରେ ସ୍ଥାନ ଦିଆଯିବ । ବିଜେତାମାନେ ନଗଦ ପୁରସ୍କାର ସହିତ ଟାଟା ପାୱର ଓଡ଼ିଶାର ଡିଜିଟାଲ ପ୍ଲାଟଫର୍ମ ଓ ସହଯୋଗୀ ପ୍ରକାଶନ ମାନଙ୍କ ମାଧ୍ୟମରେ ବ୍ୟାପକ ଖ୍ୟାତି ମଧ୍ୟ ପାଇବେ ।
ବିଷୟବସ୍ତୁ ରହିଛି ଓଡ଼ିଶାର ବନ୍ୟପ୍ରାଣୀ ଏବଂ ଜୈବବିବିଧ ଭୂଦୃଶ୍ୟ । ଏଥିପାଇଁ ଆବେଦନର ଶେଷ ତାରିଖ ହେଉଛି ୧୨ ନଭେମ୍ବର ୨୦୨୫ । ଆବେଦନ ପାଇଁ https://www.surveymonkey.com/r/H5LSR9R ଲିଙ୍କ୍ କୁ ଯାଇ କରିପାରିବେ ।
ବିଜେତା ଫଟୋଗୁଡ଼ିକୁ ଫଟୋଗ୍ରାଫରଙ୍କ ନାମ ସହିତ ଟିପି ଓଡ଼ିଶା ଡିସକମ୍ ଗୁଡିକର ୨୦୨୬ କ୍ୟାଲେଣ୍ଡରରେ ସ୍ଥାନ ଦିଆଯିବ । ଯୋଗ୍ୟତା ହେଉଛି, ଓଡ଼ିଶାର ସମସ୍ତ ନାଗରିକ ଆବେଦନ କରିପାରିବେ । ଆରମ୍ଭ ହେବାଦିନଠାରୁ, ‘ଓ ମାଇଁ ବିଉଟିଫୁଲ ଓଡ଼ିଶା’ ରାଜ୍ୟର ସମୃଦ୍ଧ ପରିଚୟକୁ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରିଆସୁଛି । ଏହି ପ୍ରୟାସ ମାଧ୍ୟମରେ ଟାଟା ପାୱର ଓଡ଼ିଶାର ନାଗରିକମାନଙ୍କୁ ପରିବେଶ ସଂରକ୍ଷଣର ଦୂତ ଭାବେ ପ୍ରେରିତ କରିବା ସହିତ ରାଜ୍ୟର ପ୍ରାକୃତିକ ସମୃଦ୍ଧିକୁ ପାଳନ କରିଆସୁଛି ।

Comments are closed.