Latest Odisha News

BREAKING NEWS

ପୀତବାସ ପଣ୍ଡାଙ୍କ ପତ୍ନୀଙ୍କ ସାଙ୍ଘାତିକ ଅଭିଯୋଗ ପରେ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଲେ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା। କହିଲେ ଜୀବନ ପ୍ରତି ବିପଦ ଅଛି। ପୁଅ ପାଖକୁ ମାମଲା ପ୍ରତ୍ୟାହାର କରିବାକୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି। ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି ।

ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ। ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ। ଆଜି ସାମ୍ବାଦିକ ସମ୍ମିଳନୀରେ ମୃତ ପୀତବାସ ପଣ୍ଡାଙ୍କ ପତ୍ନୀ ଏଭଳି କହିଛନ୍ତି। । ଧମକ ମିଳୁଥିବା ନେଇ ଆମେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କହିବା ସହ ଏନେଇ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା କହିଛନ୍ତି ।

ସୁସ୍ମିତା ପଣ୍ଡା ଆହୁରି କହିଛନ୍ତି ଯେ, ପୀତବାସଙ୍କ ହତ୍ୟା ପରେ ଅଭିଯୁକ୍ତ ବିକ୍ରମ ପଣ୍ଡା ସମବେଦନା ଜଣାଇବାକୁ ଘରକୁ ଆସିଥିଲା। ହତ୍ୟା ପଛରେ ଏବେ ବିକ୍ରମଙ୍କ ସମ୍ପୃକ୍ତି ଜାଣି ଆଶ୍ଚର୍ଯ୍ୟ ଲାଗୁଛି।

ଏପଟେ ପ୍ରେସମିଟ ପରେ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା ଦିଆପିବ। ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ ହେବେ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ୬ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇଛି।

Comments are closed.