ନୂଆଦିଲ୍ଲୀ: କିଙ୍ଗ ଅଫ ପପ ମାଇକେଲ ଜ୍ୟାକସନଙ୍କ ବାୟୋପିକର ଟ୍ରେଲର ଏବେ ଝଡ ସୃଷ୍ଟି କରିଛି । ମାଇକେଲ ନାମକ ଏହି ଫିଲ୍ମର ଟ୍ରେଲରକୁ ୨୪ ଘଂଟା ମଧ୍ୟରେ ରେକର୍ଡ ୧୧୬ ମିଲିୟନ ଭ୍ୟୁଜ ମିଳିଛି । ଏହି ଫିଲ୍ମ ଆସନ୍ତା ବର୍ଷ ରିିଲିଜ ହେବ । ମ୍ୟୁଜିକ ଦୁନିଆରେ ସାରା ବିଶ୍ୱରେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମାତ୍ର ୫୦ ବର୍ଷ ବୟସରେ ସେ ଆରପାରିକୁ ପଳାଇ ଯାଇଥିଲେ । ଏହି ବାୟୋପିକରେ ପୁତୁରା ଜାଫର ଜ୍ୟାକସନ ତାଙ୍କ ଭୂମିକା କରୁଛନ୍ତି । ଏହି ଫିଲ୍ମ ମାଧ୍ୟମରେ କିଙ୍ଗ ଅଫ ପପଙ୍କ ଅନେକ ରହସ୍ୟ ଦର୍ଶକ ଜାଣିପାରିବେ । ଯୁବ ମାଇକେଲ ଭୂମିକାରେ ଜୁଲିୟାନୋ କ୍ରୋ ଓ ଜୋ ଜ୍ୟାକସନଙ୍କ ଚରିତ୍ରରେ କୋଲମ୍ୟାନ ଡେମିଂ ଅଭିନୟ କରୁଛନ୍ତି ।
ସେହିପରି କ୍ୟାଥେରିନା ଜ୍ୟାକସନଙ୍କ ଭୂମିକା ନିୟା ଲଙ୍ଗ କରିଛନ୍ତି । ୨୯ ବର୍ଷୀୟ ଜାଫର ଜ୍ୟାକସନ ଗାୟକ, ଅଭିନେତା ଓ ଡ୍ୟାନ୍ସର ଭାବେ ପରିଚିତ । ସେ ମାଇକେଲ ଜ୍ୟାକସେନଙ୍କ ଭାଇ ଜମେନ ଜ୍ୟାକସନଙ୍କ ପୁଅ । ଜ୍ୟାକସନଙ୍କ ଭୂମିକାରେ ସେ ସମ୍ପୂର୍ଣ୍ଣ ଭାବେ ମିଶି ଯାଉଥିବାରୁ ଦର୍ଶକମାନେ ଏହାକୁ ଗ୍ରହଣ କରି ନେଇଛନ୍ତି । ଫିଲ୍ମ ନିଶ୍ଚିତ ଭାବେ ସଫଳ ହେବେ ବୋଲି ଏହାର ମେକର୍ସ କହିଛନ୍ତି । ଟ୍ରେଲରର ଜ୍ୟାକସନ ମୁନ ୱାକ ଡ୍ୟାନ୍ସ ମଧ୍ୟ ଦେଖାଯାଇଛି ।
Comments are closed.