Latest Odisha News

BREAKING NEWS

Doctor Dies On Duty: ଏମିତି ଆସେ ମୃତ୍ୟୁ: ଓପିଡିରେ ରୋଗୀ ଦେଖୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ

ବାଲେଶ୍ବର: ଏମିତି ଆସେ ମୃତ୍ୟୁ। ରୋଗୀ ଦେଖୁ ଦେଖୁ ଟଳିପଡ଼ିଲେ ଡାକ୍ତର। ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ। ଏଭଳି ଅଭାବନୀୟ ଦୁଃଖଦ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଦେଖିବାକୁ ମିଳିଛି। ମୃତକ ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲ। ଆଜି ସକାଳେ ଓପିଡିରେ ରୋଗୀ ଦେଖୁଥିଲେ ଡାକ୍ତର ତ୍ରିନାଥ ପାଲ।

ନୀଳଗିରି ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତଥା ବ୍ଲଡ଼ ବ୍ୟାଙ୍କ ଇନଚାର୍ଜ ଡାକ୍ତର ତ୍ରିନାଥ ପାଲ ଆଜି ସକାଳେ ଓପିଡିରେ ରୋଗୀ ଦେଖୁଥିଲେ। ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ୱାସ ରୁମ ଭିତରକୁ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ବାଟରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏହି ଖବର ଜଣାପଡିବା ପରେ ବାଲେଶ୍ବର ସହ ନୀଳଗିରି ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଡାକ୍ତରଖାନାରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Comments are closed.