Latest Odisha News

BREAKING NEWS

Nuapada Results: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ, ନୂଆପଡ଼ାରେ କାରସାଦି ହୋଇଛି କହିଲେ ସ୍ନେହାଙ୍ଗିନୀ

ନୂଆପଡ଼ା: ନୂଆପଡା ଉପନିର୍ବାଚନ ଶେଷ ହେବା ପରେ ପୁଣି ଆରମ୍ଭ ହେଲା ରାଜନୀତି। ଭୋଟରେ ଯାହା ଆଶା କରାଯାଉଥିଲା ତା ଠାରୁ ଅଧିକ ଭୋଟରେ ଜିତିଲା ବିଜେପି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩ ହଜାର୭୪୮ ଖଣ୍ଡ ଭୋଟରେ ହରାଇ ବିଜୟୀ ମୁକୁଟ ପିନ୍ଧିଛନ୍ତି ଜୟ। ନୂଆପଡାରେ ୪୦ ହଜାରରୁ ଅଧିକ ଭୋଟରେ ଜିତିବ ବୋଲି ବିଜେପି ନେତା ଓ କର୍ମୀମାନେ ଆଶା କରୁଥିଲେ । ହେଲେ ତା ଠାରୁ ବି ଅଧିକ ବ୍ୟବଧାନରେ ବିଜେପି ଜିତିଛି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦ ହଜାର ୧୨୧ ଖଣ୍ଡ ଭୋଟ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି ।

ହେଲେ ଏବେ ନିଜ ଗଡରୁ ହାରିଗଲା ବିଜେଡି। ନୂଆପଡାରେ ଯାହା ଆଶା କରାଯାଉଥିଲା ସେଭଳି ବିଜେଡି ପ୍ରଦର୍ଶନ କରିପାରିଲା ନାହିଁ। ଚଳିତ ଉପନିର୍ବାଚନରେ ବିଜେଡି ୩ ନମ୍ବର ସ୍ଥାନରେ ରହିଛି । ଗତ ନିର୍ବାଚନରେ ବିଜେଡି ଯେତିକି ଭୋଟ ପାଇଥିଲା ସେତିକି ମଧ୍ୟ ଉପନିର୍ବାଚନରେ ପାଇଲା ନାହିଁ । ତେବେ ବିଜେଡି କାହିଁକି ହାରିଲା ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଅନ୍ୟପଟେ ଏହି ଭୋଟ ଗଣତିକୁ ନେଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କର ପ୍ରତିକ୍ରିୟା ଆସିଛି। ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ। କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି, ଯେଉଁ ଭୋଟ ମେସିନ୍‌ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି। ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା କରୁଛି। ନିର୍ବାଚନ ଦିନ ସଂଧ୍ୟା ୫ରେ ୭୫%, ୭ଟାରେ ୭୭% ମତଦାନ ଜଣାଇଲେ। ପରଦିନ ଦିନ ୧୦ଟାରେ ୮୧% ଓ ୧୨ଟାରେ ୮୩.୪୫% କହିଲେ। ନୂଆପଡ଼ା ନିର୍ବାଚନରେ ଅନେକ ଗୁଡ଼ିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି। ସ୍ବାଧୀନତା ପରଠୁ ନୂଆପଡ଼ାରେ ଭୋଟିଂ ପ୍ରତିଶତ ୭୦% ଭିତରେ ରହିଛି। ଉପନିର୍ବାଚନରେ କଣ ହେଲା ୪୧ଟି ବୁଥ୍‌ରେ ୯୦%ରୁ ଅଧିକ ଭୋଟ୍ ହୋଇଛି। ଏହା ଆଶ୍ଚର୍ଯ୍ୟ ଲାଗୁଛି କହିଲେ ସ୍ନେହାଙ୍ଗିନି।

Comments are closed.