Latest Odisha News

BREAKING NEWS

Earthquake: ଲଦାଖ ଏବଂ ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା…

ଲେହ: ଭୂକମ୍ପ ଝଟକା ଥରିଲା ଲେହ ଲଦାଖ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଲୋକମାନେ ଶୋଇଥିବା ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏନସିଏସ୍ ପକ୍ଷରୁ ଭୂକମ୍ପରେ କୌଣସି ଜୀବନହାନି ଘଟିନଥିବା ସୂଚନା ମିଳିଛି ।

ଲେହ ଲଦାଖ ବ୍ୟତୀତ ଗତକାଲି ବିଳମ୍ବିତ ରାତିରେ ପଡୋଶୀ ରାଜ୍ୟ ଚୀନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜିନଜିଆଙ୍ଗରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ୪.୪ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଛି । ଏନସିଏସ ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମଧ୍ୟ ୧୦ କିଲୋମିଟର ଗଭୀରତାରେ ଥିଲା । ବର୍ତ୍ତମାନ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ ।

Comments are closed.