Barabati India-South Africa T20 match: ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ; ଡିସେମ୍ବର୧ରୁ ଟି-୨୦ ମ୍ୟାଚର ଅନଲାଇନ ଟିକେଟ୍…
କଟକ:ବାରବାଟୀ(Barabati)ରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ(India VS South Africa T20) ପାଇଁ ଡିସେମ୍ବର ୫ରୁ ଟିକେଟ୍ ବିକ୍ରି ଆରମ୍ଭ ହେବ। ସୂଚନା ଦେଲେ OCA ସମ୍ପାଦକ ସଞ୍ଜୟ ବେହେରା । ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ୍ ବିକ୍ରି ହେବ। ଡିସେମ୍ବର ୧ ତାରିଖରେ ଅନଲାଇନରେ ଟିକେଟ୍ ମିଳିବ ।
ଓସିଏ ସମ୍ପାଦକଙ୍କ ଅନୁଯାୟୀ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକ ଟି-୨୦ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ଡିସେମ୍ବର ୧ରେ ବିକ୍ରି ଆରମ୍ଭ ହେବ। ସେହିପରି ଅଫଲାଇନ୍ ଟିକେଟ ଡିସେମ୍ବର ୫ରୁ ଆରମ୍ଭ ହେବ। ଅଫଲାଇନ୍ରେ ଟିକେଟ୍ ଛଅଟି କାଉଣ୍ଟରରେ ବିକ୍ରି ହେବ।
ଅନୁବନ୍ଧିତ ସଂଘ ଏବଂ କ୍ଲବଗୁଡ଼ିକ ଡିସେମ୍ବର ୩ ଏବଂ ୪ ରେ ସେମାନଙ୍କର ଟିକେଟ୍ ପାଇବେ ବୋଲି ଓସିଏ ସମ୍ପାଦକ ଉଲ୍ଲେଖ କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଥାଉକି, ଡିସେମ୍ବର ୯ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଖେଳାଯିବ।
ସେ ସ୍ପଷ୍ଟ କରିଛନ୍ତି ଯେ, ଅନଲାଇନ୍ ଏବଂ ଅଫ୍-ଲାଇନ୍ ଉଭୟରେ କେତେ ଟିକେଟ୍ ବିକ୍ରି ହେବ ସେ ବିଷୟରେ ସଂଘ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ।
Comments are closed.