ମୁମ୍ବାଇ: ବଲିଉଡ ଅଭିନେତ୍ରର ସୋନମ କାପୁର ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ସେ ବେବୀ ବମ୍ପ ଦେଖାଇବା ସହ ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତାଙ୍କ ପତି ଆନନ୍ଦ ଆହୁଜା ମଧ୍ୟ ଏହି ପୋଷ୍ଟକୁ ଶେୟାର କରିଛନ୍ତି । ସୋନମଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୬ ଆରମ୍ଭରେ ସେ ମାଆ ହେବେ । ପୂର୍ବରୁ ଏ ନେଇ ଅନେକ ଖବର ପ୍ରକାଶ ପାଇଥିଲେ ଏହାର ସତ୍ୟତା ନେଇ ଦ୍ୱନ୍ଦ୍ୱ ରହିଥିଲା । ଏବେ ସୋନମ ଏହା ଘୋଷଣା କରିବା ପରେ ପ୍ରଶଂସକମାନେ ଆଗ୍ରହ ପ୍ରକାଶ କରିଛନ୍ତି ।
ପରିଣିତୀ ଚୋପ୍ରା, କରୀନା କାପୁର, ଭୂମି ପେଡନେକର ଓ ପ୍ରିୟଙ୍କା ଚୋପ୍ରାଙ୍କ ସମେତ ସହ ଅଭିନେତ୍ରୀମାନେ ଶୁଭେଚ୍ଛା ବାର୍ତା ଦେଇଛନ୍ତି । ଆନନ୍ଦ ତାଙ୍କ ପୋଷ୍ଟରେ ଡବଲ ଟ୍ରବଲ ଲେଖିଛନ୍ତି । ଯାହାକୁ ନେଇ ପ୍ରଶଂସକମାନେ ଯାଆଁଳା ଶିଶୁ ହେବାକୁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଦୀର୍ଘ ଦିନ ଭଲ ପାଇବା ପରେ ୨୦୧୮ରେ ସେମାନେ ବିବାହ କରିଥିଲେ । ୨୦୨୨ରେ ବାୟୂ ନାମକ ସନ୍ତାନ ତାଙ୍କର ହୋଇଥିଲା । ଏବେ ସେମାନେ ଦ୍ୱିତୀୟ ଥର ପାଇଁ ବାପା, ମାଆ ହେବାକୁ ଯାଉଛନ୍ତି ।
Comments are closed.