କୋରାପୁଟ: ତନ୍ତ୍ର ସାଧନାରୁ ନୃଶଂସ ହତ୍ୟାକାଣ୍ଡ । ତନ୍ତ୍ର ସାଧନା ପାଇଁ ମା’କୁ ବଳି ପକାଇବାକୁ ପଛାଇଲା ନାହିଁ ପୁଅ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ସହର ଉପରସାହିରେ । ପୁଅ ହେଲା ବଳରାମ ଖରା (୨୫)। ବୃଦ୍ଧା ମା’ହେଲେ ଭାନୁ ଖରା (୬୫)।
ସୂଚନାମୁତାବକ, ଗୁରୁବାର ରାତିରେ ପୁଅ ତନ୍ତ୍ର ସାଧନା ଆରମ୍ଭ କରିଥିଲା। ସାଧନାରେ ସିଦ୍ଧି ପାଇଁ ନିଜ ମା’କୁ ବଳି ପକାଇବାକୁ ପଛାଇ ନଥିଲା। ପ୍ରଥମେ ମା’ର ତଣ୍ଟି କାଟିବା ପରେ ଜିଭ ସହ ହାତ ଏବଂ ଗୋଡ଼ର ଆଙ୍ଗୁଠିଗୁଡ଼ିକୁ ଛୁରିରେ କାଟି ପକାଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇ କିଛି ମିନିଟ୍ ମଧ୍ୟରେ ଭାନୁ ପ୍ରାଣ ହରାଇଥିଲେ।
ଏପଟେ ଶୁକ୍ରବାର ସକାଳେ ବଳରାମ ଘରେ ପଡ଼ିଥିବା ରକ୍ତଛିଟାକୁ ପୋଛିବା ସମୟରେ ଭାନୁଙ୍କ ପୁତୁରା ରାମଚନ୍ଦ୍ର ଖରା ପହଞ୍ଚି ଯାଇଥିଲେ। ସନ୍ଦେହ ହେବାରୁ ଘରେ ଭିତରେ ପଶିଥିଲେ ।ଘର ଭିତରେ ପିଉସୀଙ୍କ ରକ୍ତ ଜୁଡ଼ୁବୁଡୁ ମରଶରୀର କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିଲା। ଏହି ସଂପର୍କରେ ଆଖପାଖ ସେ ଲୋକଙ୍କୁ ଜଣାଇଥିଲେ ଓ ସେମିଳିଗୁଡ଼ା ଥାନାରେ ଏତଲା ଦେଇଥିଲେ ।
ସେମିଳିଗୁଡ଼ା ଥାନାରେ ହତ୍ୟା ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ସରିଲେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ ।
Comments are closed.