ନୂଆଦିଲ୍ଲୀ:ଭାରତର ଷ୍ଟାର ସଟଲର ଲକ୍ଷ୍ୟ ସେନ (Lakshya Sen) ଅଷ୍ଟ୍ରେଲିଆନ୍ ଓପନ୍ ବ୍ୟାଡମିଣ୍ଟନ ୨୦୨୫(Australian Open 2025) ଟାଇଟଲ ଜିତିଛନ୍ତି। ସେ ଫାଇନାଲରେ ଜାପାନର ଖେଳାଳି ୟୁଶି ତାନାକା(Yushi Tanaka)ଙ୍କୁ ପରାସ୍ତ କରିଛନ୍ତି। ସେ ୟୁଶି ତାନାକାଙ୍କୁ ସିଧାସଳଖ ୨ସେଟରେ ପରାସ୍ତ କରି ଅଷ୍ଟ୍ରେଲିଆନ୍ ଓପନ୍ ସୁପର 500 ଟାଇଟଲ ଜିଣିଛନ୍ତି ।
ଏହି ଟାଇଟଲ୍ ମ୍ୟାଚ୍ରେ ଲକ୍ଷ୍ୟ ସେନ୍ ସିଧାସଳଖ ସେଟ୍ରେ (୨୧-୧୫, ୨୧-୧୧) ବିଜୟୀ ହୋଇଥିଲେ। ଏହା ଲକ୍ଷ୍ୟ ସେନଙ୍କର ସିଜିନର ପ୍ରଥମ ଟାଇଟଲ । ଏହି ସିଜିନରେ BWF ଟାଇଟଲ ଜିତିବାରେ କେବଳ ଦ୍ୱିତୀୟ ଭାରତୀୟ ଲକ୍ଷ୍ୟ ।

ଜାପାନ ବିପକ୍ଷରେ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ଲକ୍ଷ୍ୟ ସେନ୍ ଆରମ୍ଭରୁ ନିଜର ଦବଦବା ବଜାୟ ରଖି ମାତ୍ର ୩୮ ମିନିଟରେ ଟାଇଟଲ ଜିତିନେଲେ ।
ବିଜୟ ହାସଲ କରିବା ପରେ ଲକ୍ଷ୍ୟ ଏକ ଭିନ୍ନ ଢଙ୍ଗରେ ସେଲିବ୍ରେସନ କରିଥିଲେ, ଯେଉଁଥିରେ ସେ ତାଙ୍କର କାନ ଏବଂ ଆଖି ଉଭୟକୁ ବନ୍ଦ କରିଦେଇଥିଲେ । ଏହା ମାଧ୍ୟମରେ ସେ ତାଙ୍କ ସମାଲୋଚକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ।
Comments are closed.