Latest Odisha News

BREAKING NEWS

Sambalpur Zoo: ସମ୍ବଲପୁର ଚିଡିଆଖାନାକୁ ଆସିବେ ଏହି ୪ ନୂଆ ଅତିଥି

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ ବାଘ l ଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l ମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର l ଦେଶର ଅନ୍ୟ ଚିଡିଆଖାନାରୁ ଏହି ୪ ମହାବଳ ବାଘ ଆସିବେ ବୋଲି ସୂଚନା ରହିଛି ।

ସେହିପରି ମଗର ଓ ଘଡ଼ିଆଳ ପ୍ରଜାତିର କୁମ୍ଭୀର ମଧ୍ୟ ସମ୍ବଲପୁର ଚିଡିଆଖାନାରେ ରହିବେ l ତାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଏନକ୍ଲୋଜର ନିର୍ମାଣ ହେବ l ଏନେଇ ସୋମବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ତାଙ୍କ ଉପସ୍ଥିତ ଥିଲେ ମନ୍ତ୍ରୀ ରବି ନାଏକ l

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଶ୍ ଖୁସି ଅଛନ୍ତି । ସୋସିଆଲ ମିଡିଆ ଫେସବୁକରେ ସେ ଲେଖିଛନ୍ତି ଯେ, ସମ୍ବଲପୁର ଚିଡ଼ିଆଖାନାର ବାଘ ଖୁଆଡ଼, ମଗର ଖୁଆଡ଼ ଓ ଘଡ଼ିଆଳ ଖୁଆଡ଼ର ଭିତ୍ତିପ୍ରସ୍ତର ସ୍ଥାପନ କରି ଅତ୍ୟନ୍ତ ଆନନ୍ଦିତ । ଏହି ପଦକ୍ଷେପ ଜୀବଜନ୍ତୁ ସଂରକ୍ଷଣ ଦିଗରେ ଆମର ଦୃଢ଼ ସଂକଳ୍ପର ପ୍ରତୀକ ଅଟେ । ପ୍ରାଣୀ ଉଦ୍ୟାନର ଉନ୍ନତିକରଣ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଗଣିତ ହେବ । ବାଘ, ମଗର ଏବଂ ଘଡ଼ିଆଳ ଭଳି ବିରଳ ଜୀବଜନ୍ତୁଙ୍କୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଆକୃଷ୍ଟ ହେବେ ।

ସୂଚନାଯୋଗ୍ୟ, ସମ୍ବଲପୁର ଡିୟର ପାର୍କ ୨୦୨୩ରେ ଚିଡିଆଖାନାର ମାନ୍ୟତା ପାଇଥିଲା । ଏବେ ୧୭ ପ୍ରଜାତିର ବନ୍ୟପ୍ରାଣୀ ସମ୍ବଲପୁର ଚିଡିଆଖାନାରେ ରହିଛନ୍ତି । ଏଠାରେ ଏକ କଲରାପତରିଆ ବାଘ ମଧ୍ୟ ରହିଛି l

Comments are closed.