Latest Odisha News

BREAKING NEWS

78th Dhanu Yatra: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କଲେ ବରଗଡ଼ ଜିଲ୍ଲାପାଳ ଓ ଏସପି

ବରଗଡ଼: ବିଶ୍ଵର ସର୍ବବୃହତ ଖୋଲା ରଙ୍ଗ ମଞ୍ଚ ଭାବେ ପ୍ରସିଦ୍ଧ ଲାଭ କରିଛି ବରଗଡ଼ର ଧନୁଯାତ୍ରା (DhanuJatra)। ଏହି ୭୮ ତମ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି । ହାଟପଦା ସଞ୍ଚାର ପଡ଼ିଆରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କଲେ ବରଗଡ଼ ଜିଲ୍ଲାପାଳ ଓ ଏସପି । ଏହା ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଆୟୋଜିତ ହେବ । ତେବେ ଧନୁଯାତ୍ରାରେ କୌଣସି ବାଧା ବିଘ୍ନ ନଘଟୁ ସେନେଇ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇ ଥିବା ରାଜ ପୁରୋହିତ କହିଛନ୍ତି।

ବରଗଡର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ହାଟପଦା ସଞ୍ଚାର ମଣ୍ଡପକୁ ପହଞ୍ଚିଥିଲା , ସେଠାରେ ରାଜ ପୁରୋହିତଙ୍କ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଛି।

ସୂଚନାଥାଉକି, ଚଳିତ ବର୍ଷ ନୂତନ କଂସ ଭାବେ ସୁଶୀଲ ମେହେରଙ୍କୁ ଚୟନ କରାଯାଇଛି।

ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ଆଦିତ୍ୟ ଗୋୟଲ୍ ଓ ଏସପି ପ୍ରହଲ୍ଲାଦ ସହାଈ ମୀନା କର୍ତ୍ତା ଦାୟିତ୍ଵ ନେଇ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଧନୁଯାତ୍ରା ର ବିଭିନ୍ନ କମିଟିର ସଦସ୍ୟ ସହ ଧନୁଯାତ୍ରାର କଳାକାର ଓ ଜନ ସାଧାରଣ ସାମିଲ ହୋଇଥିଲେ । ବରଗଡ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ ହେବା ପରେ ଏହାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ ।

Comments are closed.