ଜୟପୁର: ପାକିସ୍ତାନ ସିନ୍ଧ୍ ପ୍ରଦେଶ ମୀରପୁର ଅଞ୍ଚଳର ନୀତା କନୱର ୨୦୦୧ ମସିହାରେ ଭଉଣୀ ସହ ଯୋଦ୍ଧପୁର ଆସିଥିଲେ ପାଠ ପଢିବାକୁ । ଆଜମେରର ସୋଫିଆ ଗାର୍ଲସ କଲେଜରେ ଆର୍ଟସରେ ଗ୍ରାଜୁଏଟ ହେବା ପରେ ସେ ଟୋଙ୍କ ଜିଲ୍ଲାରେ ବିବାହ କରିଥିଲେ । ଭାରତରେ ବିବାହ କରିଥିଲେ ମଧ୍ୟ ତାଙ୍କୁ ଭାରତର ନାଗରିକତା ମିଳିବାକୁ ବର୍ଷ ଢେର କଷ୍ଟ କରିବାକୁ ପଡିଥିଲା ।
ଶେଷରେ ନୀତାଙ୍କୁ ନାଗରିକତା ମିଳିଲା, ଆଉ ନାଗରିକତା ମିଳିବାର ୪ ମାସ ପରେ ଏବେ ସେ ନିର୍ବାଚନ ମୈଦାରେ ପହଞ୍ଚିଯାଇଛନ୍ତି ।
୩୬ ବର୍ଷିୟା ନୀତାଙ୍କର ଦୁଇଟି ପିଲା । ଏବେ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି । ତେଣୁ ସରପଞ୍ଚ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଟୋଙ୍କ ଜିଲ୍ଲାର ନଟୱାରା ଗ୍ରାମପଞ୍ଚାୟତର ସରପଞ୍ଚ ପାଇଁ ଦାଖଲ କରିଛନ୍ତି ପ୍ରାର୍ଥୀପତ୍ର । ଆଗରୁ ଏହି ଆସନ ନୀତାଙ୍କ ଶ୍ୱଶୂରଙ୍କ କବ୍ଚାରେ ରହିଥିଲା । ସେ ଏଠାରୁ ତିନିଥର ଜିତିଥିଲେ ।
ଏବେ ଶ୍ୱଶୂରଙ୍କ ଆସନରେ ଛିଡା ହୋଇ ଲୋକଙ୍କର ସେବା କରିବାକୁ ଚାହୁଁଛନ୍ତି ନୀତା । ଏକ ଛୋଟିଆ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କଲେ ମଧ୍ୟ ଏହା ଏକ ବଡ ଅନୁଭୂତି ଆଣିଦେଇଛି, ଭାରତୀୟ ଗଣତନ୍ତ୍ରର ମହନୀୟତା ଦର୍ଶାଉଥିବା ନୀତା କହିଛନ୍ତି ।
Comments are closed.