Latest Odisha News

BREAKING NEWS

Homeless families: ଯୋଗ୍ୟ ଭୂମିହୀନଙ୍କୁ ଘର ଦିଅ…ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶନାମା

ଭୁବନେଶ୍ବର: ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ। ଏ ନେଇ ଜିଲ୍ଲାପାଳମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତି ମାସର ପ୍ରଥମ ଶନିବାର ବିଡିଓ ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହିତ ଏକ ମିଳିତ ବୈଠକ କରାଯିବ। ଏପର୍ଯ୍ୟନ୍ତ ପିଏମଏୱାଇ-ଜି ଅନ୍ତର୍ଗତ ୮୭୧ ଭୂମିହୀନଙ୍କୁ ପକ୍କା ଘର ମିଳିନାହିଁ ।

BDO ଓ ତହସିଲଦାର ମିଳିତ ବୈଠକ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

PMAY-Gରେ କେନ୍ଦ୍ରାପଡ଼ାର ୨୭୧ଭୂମିହୀନଙ୍କୁ ଘର ମିଳିନାହିଁ ଏବଂ ଗଞ୍ଜାମରେ ୧୭୧ ଭୂମିହୀନଙ୍କୁ ଘର ମିଳିନାହିଁ । ରାଜ୍ୟରେ ୩୭ ଲକ୍ଷ ୮୯ ହଜାର ୨୩୪ ପରିବାର କଚ୍ଚା ଘରେ ରହୁଛନ୍ତି । ଏବେ ୨ ଲକ୍ଷ ୧ ହଜାର ୧୧ ପରିବାର ଭୂମିହୀନ ଥିବା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.