Latest Odisha News

BREAKING NEWS

ଭୁବନେଶ୍ୱରରେ ୫୦୦ ଏକର ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ପ୍ରାୟ ୫୦୦ ଏକର ସରକାରୀ ଜମି ଜବରଦଖଲ କରାଯାଇଛି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି।

ବାପୁଜୀ ନଗର, ଅଶୋକ ନଗର, ଗଙ୍ଗା ନଗର, ସହିଦ ନଗର, ସୂର୍ଯ୍ୟ ନଗର, ବୋମିଖାଲ, ଝାରପଡ଼ା ଏବଂ ପଟିଆ ଭଳି ଅଞ୍ଚଳରେ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ସବୁ ଜମି ଜବରଦଖଲ କରିଥିବା କୁହାଯାଉଛି।

ତେବେ ଏହି ସବୁ ସମସ୍ୟାର ସମାଧାନ ଏବଂ ଜବରଦଖଲ ହୋଇଥିବା ଜମିଗୁଡ଼ିକୁ ମୁକ୍ତ କରିବା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ୭୦ ଏକର ଜବରଦଖଲ ହୋଇଥିବା ଜମି ଗୁଡ଼ିକୁ ମୁକ୍ତ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇସାରିଛି। ତେବେ ଆଗାମୀ ମାସଗୁଡିକରେ ଏ ନେଇ ଆହୁରି ପଦକ୍ଷେପ ନିଆଯିବ ବୋଲି ସରକାର କହିଛନ୍ତି।

 

Leave A Reply

Your email address will not be published.