ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ଦଲଲାଲକୁ ଜେରା କରୁଛି ସିବିଆଇ । ଗିରଫ ଦଲାଲ ଅରବିନ୍ଦ ଦାସକୁ ଦୁଇଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରୁଛି ସିବିଆଇ । ଅରବିନ୍ଦକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ଅଦାଲତ ଦୁଇଦିନ ଲାଗି ଅନୁମତି ଦେଇଛନ୍ତି। ତେବେ ଜେରା ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି ।
ଡିସେମ୍ବର ୩ ତାରିଖ ତଥା ଆସନ୍ତାକାଲି ଯାଏଁ ସିବିଆଇର ହେପାଜତରେ ରହିବ ଅଭିଯୁକ୍ତ ଅରବିନ୍ଦ ଦାସ । କୋଲକାତା ଦିଘାରେ ହେବାକୁ ଥିବା ପରୀକ୍ଷାର ଅରବିନ୍ଦ ଥିଲା ମୁଖ୍ୟ ଦଲାଲ । ସେ ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ କରିବା ସହ ଟଙ୍କା ଡିଲ୍ ରେ ମୁଖ୍ୟ ଭୂମିକା ନେଇଥିଲା । ପରୀକ୍ଷାର୍ଥୀଙ୍କ ସହ ସେ ନିୟମିତ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରୁଥିଲା । ଏହା ବଦଳରେ ପରୀକ୍ଷାର୍ଥୀଙ୍କଠାରୁ ସେମାନଙ୍କ ଅସଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ବ୍ଲାଙ୍କ ଚେକ୍ ସଂଗ୍ରହ କରୁଥିଲା ।
ଅରବିନ୍ଦ ଡିଲ୍ କରୁଥିବା ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କ ସହ ଅରବିନ୍ଦର ସାମ୍ନାସାମ୍ନି ଜେରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ୪ ଜଣ ଗିରଫ ଦଲାଲଙ୍କୁ ଆଣି ଜେରା କରାଯାଇଥିବାବେଳେ, ଏବେ ଏହିୁ ଘଟଣାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ସୁରେଶ ନାୟକ ଓ ଅନ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ରହିଛି ।