Latest Odisha News

BREAKING NEWS

କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର: ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ଆଗରୁ ମଧ୍ୟ ଚାରି ଚକିଆରେ କଳା କାଚ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ, ଆଗକୁ ମଧ୍ୟ ଏହା ଉପରେ ଜାରି ରହିବ ବୋଲି ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଉତ୍ତର ରଖିଛନ୍ତି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୨୦୨୪ ମସିହା ଜାନୁଆରୀ ୪ ତାରିଖ ଠାରୁ ୨୦୨୫ ମସିହା ଅକ୍ଟୋବର ୩୧ ତାରିଖ ମଧ୍ୟରେ ୨୧୪ଟି କଳା ରଙ୍ଗର ଫିଲ୍ମ ଲଗାଇଥିବା ମାଲିକଙ୍କ ବିରୁଦ୍ଧରେ ହୋଇଛି ଇ-ଚାଲାଣ । ସେଥିରୁ କେବଳ ଭୁବନେଶ୍ୱରରେ ୧୬୨ଟି ଗାଡ଼ି ଅନ୍ତର୍ଭୁକ୍ତ । ୨୦ଟି ଗାଡ଼ି ମାଲିକଙ୍କୁ ଠାରୁ ୫ ଶହ ଟଙ୍କା ହିସାବରେ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ଅବଶିଷ୍ଟ ୧୯୪ଟି ଗାଡ଼ି ମାଲିକଙ୍କ ବିରୁଦ୍ଧରେ ପ୍ରୋସିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ବିଚାର ପାଇଁ ଅଛି ।

Leave A Reply

Your email address will not be published.