Latest Odisha News

BREAKING NEWS

ଏସଏମଏଟି୨୫: ବିପ୍ଲବ, ରାଜେଶଙ୍କ ପ୍ରଭାବୀ ପ୍ରଦର୍ଶନ, ଛତିଶଗଡକୁ ହରାଇଲା ଓଡିଶା

ଲକ୍ଷ୍ନୌ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ବିପ୍ଲବ ସାମନ୍ତରାୟ ଓ ରାଜେଶ ମହାନ୍ତିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡିଶା ୨୭ ରନରେ ଛତିଶଗଡକୁ ପରାସ୍ତ କରିଛି । ଚଳିତ ଟୁର୍ଣ୍ଣାମେଂଟରେ ପ୍ରଥମ ଥର ପାଇଁ ଓଡିଶା ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୮ ୱିକେଟ ବିନିମୟରେ ୧୩୫ ରନ କରିଥିଲା । ବିପ୍ଲବ ୬୧ ଓ ଶୁଭମ ଶତ୍ରୁଜିତ ୨୭ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ଅଜୟ ମଣ୍ଡଳ ୪ଟି ୱିକେଟ ନେଇଥିଲେ । ୧୩୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଛତିଶଗଡ ୧୯.୪ ଓଭରରେ ୧୦୮ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଅମନଦୀପ ଖାରେ ୪୬ ଓ ସଞ୍ଜିତ ଦେଶାଇ ୩୩ ରନ କରିଥିଲେ । ଓଡିଶାର ରାଜେଶ ମାତ୍ର ୨୧ ରନରେ ୫ଟି ୱିକେଟ ନେଇ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରୟାଶ ସିଂ ଓ ବିପ୍ଲବ ୨ଟି ଲେଖାଏଁ ୱିକେଟ ନେଇଥିଲେ । ରାଜେଶ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହେବା ପରେ ଓଡିଶା ବିଜୟଧାରାକୁ ଫେରିଛି । ପଂଏଟ ଟେବୁଲର ଏଲିଟ ଗ୍ରୁପ ଏରେ ୪ ପଂଏଟ ସହ ଓଡିଶା ଶେଷ ସ୍ଥାନରେ ରହିଛି ।

Leave A Reply

Your email address will not be published.