ପାଟନା: ବିହାରରେ ଅତୁଟ ରହିଛି ବିଜେପି-ଜେଡିୟୁ ମେଣ୍ଟ । ଆସନ୍ତା ବିଧାନସଭା ନିର୍ବାଚନରେ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ ମିଶି ବିଜେପି ନିର୍ବାଚନ ଲଢ଼ିବ । ବିହାରରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ବିହାରର ବୈଶାଳୀରେ ଆୟୋଜିତ ହୋଇଥିବା ସିଏଏ ରାଲିରେ ଉଦ୍ବୋଧନ ଦେଇ ଅମିତ ଶାହ କହିଛନ୍ତି, କିଛି ଲୋକେ ଗୁଜବ ପ୍ରଚାର କରୁଛନ୍ତି । କିଛି ଲୋକ ଚାହୁଁଛନ୍ତି ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ଅଲଗା ଅଲଗା ନିର୍ବାଚନ ଲଢ଼ନ୍ତୁ । ଏଭଳି ହେଲା ଏହା କେବଳ ମିଛ ଗୁଜବ । ଆମ ମେଣ୍ଟ ଅତୁଟ ରହିଛି ଓ ରହିବ ।
ନୀତିଶଙ୍କ ନେତୃତ୍ୱରେ ବିଜେପି ଆସନ୍ତାବର୍ଷ ହେବକୁଥିବା ନିର୍ବାଚନ ଲଢ଼ିବ ବୋଲି ଅମିତ ଶାହା କହିଛନ୍ତି ।
ବିହାରକୁ ଲାଲୁ ଲଣ୍ଠନ ଦେଖାଇଥିଲେ । ନୀତିଶ ଏଲ୍ଇଡି ଆଲୁଅ ଦେଖାଇଛନ୍ତି । ଆଗାମୀ ଦିନରେ ମଧ୍ୟ ନିର୍ବାଚନ ହେଲେ ବିଜେପି-ଜେଡିୟୁ ମେଣ୍ଟ କ୍ଷମତାକୁ ଫେରିବ ବୋଲି ସେ କହିଛନ୍ତି ।
Comments are closed.