ଦିନିକିଆ କ୍ରିକେଟରେ ବିରାଟ କୋହଲି ପୂନର୍ବାର ନିଜକୁ କିଙ୍ଗ ଭାବେ ସାବ୍ୟସ୍ତ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ କ୍ରମାଗତ ୨ଟି ଶତକ ହାସଲ କରି ସେ ଜବରଦସ୍ତ ଫର୍ମରେ ଅଛନ୍ତି । ଅଧିନାୟକ ପଦରୁ ଓହରିଯିବା ପରେ କୋହଲି ପୂନର୍ବାର ଲୟକୁ ଫେରିଛନ୍ତି । ଏଥର ସେ ଫର୍ମ, ଫିଟନେସ ସହ ଅଧିକ ଆକ୍ରମଣାତ୍ମକ ମଧ୍ୟ ହୋଇ ପଡିଛନ୍ତି । ୨୦୨୭ ବିଶ୍ୱକପ ପାଇଁ ସେ ପ୍ରମୂଖ ଦାବୀଦାର ଭାବେ ଉପସ୍ଥାପନ କରିପାରିଛନ୍ତି । କୋହଲି ଅଧିନାୟକ ଭାବେ ୨୮ ମାର୍ଚ୍ଚ ୨୦୨୧ରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଶେଷ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିଲେ । ଭାରତ ୨-୧ରେ ସିରିଜ ଜିତିଥିଲା । ଏହା ପରେ କୋହଲି ଟି୨୦ ଏବଂ ଦିିନିକିଆ ଅଧିନାୟକ ପଦ ହରାଇଥିଲେ ।
ଅଧିନାୟକ ପଦ ଯିବା ପରେ କୋହଲି ୫୩ ଦିନିକିଆ ଖେଳିଛନ୍ତି । ସେ ୫୦ ଇନିଂସରେ ୫୪.୦୨ ଆଭରେଜରେ ୨୩୨୩ ରନ କରିଛନ୍ତି । ଏଥିରେ ୧୦ ଶତକ ଓ ୧୩ ଅର୍ଦ୍ଧଶତକ ରହିଛି । ୫୦ରୁ ସେ ୨୩ ଇନିଂସରେ ୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ହିସାବକୁ ନେଲେ ପ୍ରତ୍ୟେକ ୨ କିମ୍ବା ୩ଟି ମ୍ୟାଚ ପରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୯ ମାର୍ଚ୍ଚ ୨୦୨୧ ପରଠାରୁ ଦିନିକିଆରେ ଭାରତ ପକ୍ଷରୁ ସର୍ବାଧିକ ରନ ଶୁଭମନ ଗିଲ ସଂଗ୍ରହ କରିଛନ୍ତି । ସେ ୫୫ ଇନିଂସରେ ୨୭୬୯ ରନ କରିଛନ୍ତି । କୋହଲି ୨୩୨୩ ସହ ତାଙ୍କ ପଛକୁ ରହିଛନ୍ତି । ଏହି ତାଲିକାରେ ରୋହିତ ଶର୍ମା(୨୨୩୬) ଓ ଶ୍ରେୟାଶ ଆୟାର(୨୧୦୪) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ବିଶ୍ୱକପ ୨୦୨୩ ପରେ କୋହଲି ଭଲ ଫର୍ମରେ ରହିଛନ୍ତି ।