ପୁରୀ: ଦୁଇ ଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହି ଅବସରରେ ଓଡିଶା କଳାକାର ମାନସ କୁମାର ସାହୁ ଏକ ସୁନ୍ଦର ବାଲୁକା କଳା ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ମାନସ କୁମାର ସାହୁ ବିଶେଷ ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି ।
ପୁରୀରେ ଥିବା ମାନସ ସାହୁଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓରେ ଏହି ଆର୍ଟୱର୍କ୍ଟି କରାଯାଇଛି ଏହାକୁ କରିବାକୁ ମାନସଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିଲା । “Welcome President Putin to India” ବାର୍ତ୍ତାକୁ ମୂଳ ବିଷୟ ଭାବେ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି ।
ବାଲୁକା ଦ୍ୱାରା ସୃଷ୍ଟି ହୋଇଥିବା ଏହି ଆନିମେସନ୍ ଭାରତ-ରୁଷ ସମ୍ପର୍କର ଦୀର୍ଘ ପରମ୍ପରା, ମିତ୍ରତା, ଶାନ୍ତି ଓ ସମ୍ମିଳିତ ସମ୍ବନ୍ଧକୁ ଚିତ୍ରିତ କରେ । ସୃଜନୀୟତା ବିଷୟରେ ଏକ ଭିଡିଓରେ ମାନସ କୁମାର ସାହୁ କହିଛନ୍ତି, “କଳା ଦେଶକୁ ଦେଶ ସହିତ ଯୋଡ଼ିବାର ଶକ୍ତି ରଖେ । ଏହି ବାଲୁକା ଆନିମେସନ୍ ମୋ ପକ୍ଷରୁ ସମ୍ମାନ ବୋଲି ସେ କହିଛନ୍ତି ।