Latest Odisha News

BREAKING NEWS

ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ବଜ୍ରାଘାତରେ ୯୨ ଜଣଙ୍କ ଜୀବନ ଯାଇଛି । ସର୍ବାଧିକ ବରଗଡ଼ ଜିଲ୍ଲାରେ ୧୦ ଜଣ ମୃତ୍ୟୁ ବରଣ କରିଥିବା ରେକର୍ଡ ହୋଇଛି । ଏହାପରେ ଦ୍ବିତୀୟରେ ରହିଛି କୋରାପୁଟ ଜିଲ୍ଲା ଏଠାରେ ବଜ୍ରାଘାତରେ ୮ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଏହାପରେ ଅନୁଗୁଳରେ ୭, ପୁରୀ, ବଲାଙ୍ଗୀର, ବାଲେଶ୍ବର, ଗଂଜାମ, ଝାରସୁଗୁଡ଼ା ଓ ନୂଆପଡ଼ାରେ ବଜ୍ରପାତରେ ୫ ଜଣଙ୍କର ପ୍ରାଣହାନୀ ଘଟିଛି । ସେହିପରି ମାଲକାନଗିରି ଓ ରାୟଗଡ଼ାରେ ୪ ଜଣଙ୍କର ପ୍ରାଣହାନୀ ଘଟିଥିବା ତଥ୍ୟ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

ବାତ୍ୟା, ବନ୍ୟା, କାଳବୈଶାଖୀ ଓ ବଜ୍ରାଘାତ ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ବିଜ୍ଞାନ ସମ୍ମତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.