Latest Odisha News

ରାଜ୍ୟରେ ଏତିକି ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର, ଭଡା ଘରେ ଚାଲିଛି ପାଠପଢା…

ଭୁବନେଶ୍ବର: ଚାଲିଛି ବିଧାନସଭା ଶୀତ ଅଧିବେଶନ । ଆଜି ନବମ ଦିନରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବାସ୍ତବ ଚିତ୍ର ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ତଥ୍ୟ ରଖି କହିଛନ୍ତି ଯେ, ବର୍ତ୍ତମାନ ସମଗ୍ର ରାଜ୍ୟରେ ମୋଟ ୭୪ ହଜାର ୨୨୪ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ ଅଛି । ସେଥିମଧ୍ୟରୁ ୨୦ ହଜାର ୧୫୦ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ ।

ତଥ୍ୟ ମୁତାବକ, ୩ ହଜାର ୮୯୦ଟି ଅଙ୍ଗନବାଡ଼ି କେନ୍ଦ୍ର ଭଡା ଘରେ ଚାଲୁଥିବା ବେଳେ, ୧୦ ହଜାର ୪୬୯ଟି କେନ୍ଦ୍ର କମ୍ୟୁନିଟି ସେଣ୍ଟର ବା ଗୋଷ୍ଠୀ କେନ୍ଦ୍ରରେ ଏବଂ ୪,୫୭୪ଟି ଅଙ୍ଗନବାଡ଼ି କେନ୍ଦ୍ର ବିଭିନ୍ନ ବିଦ୍ୟାଳୟ ପରିସରରେ ଚାଲୁଛି ବୋଲି ଗୃହରେ ଏନେଇ ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ତେବେ ଏହି ୨୦ ହଜାର ୧୫୦ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଛି । ବିଶେଷକରି ସହରାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି । ୫୦ଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରତ୍ୟେକ କେନ୍ଦ୍ର ପାଇଁ ୧୨ ଲକ୍ଷ ଟଙ୍କା ହିସାବରେ ଅର୍ଥ ବ୍ୟବସ୍ଥା କରାଯାଇଛି ଏବଂ ବର୍ତ୍ତମାନ ସୁଦ୍ଧା ଗୋଟିଏ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.