ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବ ଜାଡେଜାଙ୍କ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । ସେ ଜାଡେଜାଙ୍କୁ ପ୍ରଶଂସା କରି କହିଥିଲେ ସେ ବିଦେଶ ଗସ୍ତରେ ଯିବା ବେଳେ କୌଣସି ଖରାପ ଅଭ୍ୟାସ କିମ୍ବା ନିଶାରେ ପଡନ୍ତି ନାହିଁ । ତେବେ ଏହା ପରେ ସେ ଯେତେବେଳେ କହିଲେ ଅନ୍ୟ କ୍ରିକେଟରମାନେ ବିଦେଶକୁ ଯାଇ ଅନେକ ଭୁଲ କାର୍ଯ୍ୟ କରନ୍ତି । ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ଜାଡେଜାଙ୍କୁ ବିଦେଶରେ କେହି ଅଟକାଇବାକୁ ନ ଥିଲେ । ମାତ୍ର ସେ ସର୍ବଦା ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇଥାନ୍ତି । ଏବେ ରିଭାବାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ସେ କାହା ନାମ ନ ନେଇଥିଲେ ମଧ୍ୟ ଅନ୍ୟ କ୍ରିକେଟରମାନେ କଣ ନିଶା ସେବନ କରନ୍ତି ବୋଲି ୟୁଜର୍ସମାନେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଅନେକ ବିବାଦୀୟ ବୟାନ ଦେଇଥିଲେ ମଧ୍ୟ ଏବେ କ୍ରିକେଟରଙ୍କୁ ନେଇ ତାଙ୍କର ଏହି ଟିପ୍ପଣୀ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ହୁଏତ କହୁ କହୁ କହିଦେଲେ, ମାତ୍ର କ୍ରିକେଟପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।
BREAKING NEWS
- IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ
- ଟି୨୦ ବିଶ୍ୱକପ ୨୦୨୬ର ଟିକେଟ ବିକ୍ରି ଆରମ୍ଭ
- SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ
- ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ
- Liquor Seized From medicine shop: ଔଷଧ ଦୋକାନରୁ ବାହାରିଲା ମଦ, ଦୋକାନୀ ଅଟକ
- ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା
- Demonetised currency seized: ୩.୫ କୋଟିରୁ ଉର୍ଦ୍ଧ୍ବ ବ୍ୟାନ ନୋଟ ଜବତ; ୪ ଗିରଫ
- ଇଣ୍ଡିଗୋର ବଡ ଘୋଷଣା; ଏଣିକି ମିଳିବ ୧୦ ହଜାର ଭାଉଚର୍, ଜାଣନ୍ତୁ କିଏ ପାଇବେ ସୁବିଧା
- ଜାଡେଜାଙ୍କୁ ପ୍ରଶଂସା କରୁ କରୁ ବିବାଦୀୟ କଥା କହିଗଲେ ରିଭାବା
- ଏମ୍ସ ଭୁବନେଶ୍ୱରରେ ଜୀବନ ପରିବର୍ତ୍ତନକାରୀ ଅସ୍ତ୍ରୋପଚାର, ଜଙ୍ଘକୁ ଛୁଇଁ ସାରିଥିଲା ମୁହଁ…