Latest Odisha News

୩ ବର୍ଷରେ କମାଲ କରୁଛନ୍ତି ଚେସ ବିସ୍ମୟ ସର୍ବଜ୍ଞ, ଫିଡେ ନିକଟରେ ଅଭିଯୋଗ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ୩ ବର୍ଷୀୟ ବିସ୍ମୟ ବାଳକ ସର୍ବଜ୍ଞ କୁଶୱାହା ଚେସ ଦୁନିଆରେ ହଇଚଇ ସୃଷ୍ଟି କରିଛନ୍ତି । ସବୁଠାରୁ କମ ବୟସରେ ସେ ରେଟେଡ ଚେସ ଖେଳାଳି ପାଲଟି ଯାଇଛନ୍ତି । ମାତ୍ର ୩ ବର୍ଷ ୨୦ ଦିନରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । କୋଲକତାର ଅନୀଷ ସରକାରଙ୍କୁ ସେ ଏଥିରେ ପଛରେ ପକାଇ ଦେଇଛନ୍ତି । ସର୍ବଜ୍ଞଙ୍କ ର‌୍ୟାପିଡ ରେଟିଂ ୧୫୭୨ ରହିଛି । ତେବେ ସର୍ବଜ୍ଞର ଏହି ସଫଳତା ନେଇ ଫିଡେ ସନ୍ଦେହ ବ୍ୟକ୍ତ କରିଛି । ସର୍ବଜ୍ଞଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି । ରେଟିଂ ହାସଲ ପାଇଁ କୋଚ ବେନିୟମ କାର୍ଯ୍ୟ କରିଥିବା ମଧ୍ୟ କୁହାଯାଉଛି ।

ସେ ନିକଟରେ ଖଣ୍ଡୱା, ଇନ୍ଦୋର, ଛିନ୍ଦୱାଡା ଓ ମେଙ୍ଗାଲୁରରେ ଆୟୋଜିତ ବଡ ଟୁର୍ଣ୍ଣାମେଂଟରେ ନାମୀ ଦାମୀ ଖେଳାଳିଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଛନ୍ତି । ଏହା ମଧ୍ୟରେ ୧୫୪୨ ରେଟିଂ ଖେଳାଳି ଅଭିଜିତ ଅୱସ୍ଥୀ, ଶୁଭମ ଚୌରାସିଆ(୧୫୫୯) ଓ ଯୋଗେଶ ନାମଦେବ(୧୬୦୬) ରହିଛନ୍ତି । ଏହି ୩ଜଣ ଷ୍ଟାର ଖେଳାଳି ସର୍ବଜ୍ଞଙ୍କ କୋଚଙ୍କ ନିକଟରୁ ପ୍ରଶିକ୍ଷଣ ନେଇଥାନ୍ତି । ସର୍ବଜ୍ଞଙ୍କ ପିତା ସିଦ୍ଧାର୍ଥ ସିଂ କୁଶୱାହା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚେସ ଫେଡେରେଶନ ମଧ୍ୟରେ ଚାଲିଥିବା ମତଭେଦ ଯୋଗୁ ସର୍ବଜ୍ଞ ଅସୁବିଧାରେ ପଡିଛନ୍ତି । ଫିଡେ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.