Latest Odisha News

BREAKING NEWS

Chief Justice Of India: ଡିସେମ୍ବର ୧୪ରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି

ଭୁବନେଶ୍ୱର: ଆସନ୍ତା ରବିବାର ଅର୍ଥାତ୍ ଡିସେମ୍ବର ୧୪ ତାରିଖରେ ଓଡ଼ିଶା ଆସିବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସିଜେଆଇ ଭାବେ ଶପଥ ଗ୍ରହଣ କରିବା ପରେ ସେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ।

କଟକ ସହିଦ ଭବନରେ ହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ଆୟୋଜନ ହେବାକୁ ଥିବା ଆଲୋଚନାଚକ୍ରରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଶୀର୍ଷକ ଆଲୋଚନା ହେବ ବୋଲି ସୂଚନା ରହିଛି ।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସମେତ ଏହି ଆଲୋଚନା ଚକ୍ରରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଓ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଉଛନ୍ତି ।

Leave A Reply

Your email address will not be published.