କଟକ: କଟକ ଆଠଗଡ଼ ଅଞ୍ଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ଚୋରି କରିବା ଅଭିଯୋଗରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି।
ସେ ଆଠଗଡ଼ ବ୍ଲକର ଛଗନ ଅପଗ୍ରେଡେଡ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀନା ଦେବୀ ବୋଲି ରିପୋର୍ଟରୁ ଜଣାପଡ଼ିଛି। ସ୍କୁଲ ପରିସରରୁ ବାହାରକୁ ଯାଉଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ କାରକୁ ସ୍ଥାନୀୟ ଲୋକମାନେ ଅଟକାଇବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଯାହାପରେ ସେମାନେ ଗାଡ଼ିକୁ ଯାଞ୍ଚ କରିଥିଲେ ଓ ସେଥିମଧ୍ୟରୁ ପ୍ରାୟ ନଅ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଗଦା ହୋଇଥିବା ଦେଖିବାକୁ ପାଇଥିଲେ ଏବଂ ଏ ନେଇ ସେମାନେ ଆଠଗଡ଼ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଏବଂ ପୋଲିସକୁ ଜଣାଇଥିଲେ।
ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଅତିରିକ୍ତ ମଧ୍ୟାହ୍ନ ଭୋଜନ ଚାଉଳକୁ ବେଆଇନ ଭାବରେ ବିକ୍ରୟ ପାଇଁ ଅନ୍ୟତ୍ର ପଠାଯାଉଥିବା ନେଇ ତଦନ୍ତ ସମୟରେ ଜଣାପଡିଥିଲା। ତେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।