ନୂଆଦିଲ୍ଲୀ: ହଲିଉଡର ଲୋକପ୍ରିୟ ଫିଲ୍ମ ଷ୍ଟାର ଭିନ ଡିଜେଲ ଫାଷ୍ଟ ଆଣ୍ଡ ଫ୍ୟୁରିୟସର ଆଗାମୀ ସଂସ୍କରଣ ନେଇ ଏକ ବଡ ସୂଚନା ଦେଇଛନ୍ତି । ସେ ପର୍ତୁଗାଲର ଲୋକପ୍ରିୟ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଏଥିରେ କ୍ୟାପଶନ ଲେଖିଛନ୍ତି ଫାଷ୍ଟ ଆଣ୍ଡ ଫ୍ୟୁାରିୟସର ଆଗାମୀ ସଂସ୍କରଣରେ ରୋନାଲ୍ଡୋ ଅଭିନୟ କରିପାରନ୍ତି । ଭିନ ଡ୍ୟାଜେଲ ଏହି ଫିଲ୍ମ ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ତେବେ ରୋନାଲ୍ଡୋଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଆସନ୍ତା ବର୍ଷ ଏପ୍ରିଲରେ ଏହି ଫିଲ୍ମ ରିଲିଜ ହେବ । ପୂର୍ବ ସଂସ୍କରଣ ତୁଳନାରେ ଏଥର ବିଏଫଏକ୍ସ ଓ ସିଜିଆଇର ବ୍ୟବହାର କରାଯାଇଛି । ଯାହାକି ଦର୍ଶକଙ୍କୁ ଆକ୍ସନର ଡବଲ ଡୋଜ ପ୍ରଦାନ କରିବ । ଏହି ଫିଲ୍ମ ସର୍ବଦ ଯୁବପିଢ଼ୀଙ୍କ ଦ୍ୱାରା ଆଦୃତ ହୋଇଥାଏ ।