Latest Odisha News

BREAKING NEWS

ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କଲେ ବ୍ରହ୍ମପୁର ଏଡିଜେ-୩ କୋର୍ଟ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ, ମଦନ ମୋହନ ଦଳାଇ, ସୁନିଲ ହୋତା ଏବଂ ଶୂନ୍ୟ ଦାସଙ୍କ ଆବେଦନ ଖାରଜ ହୋଇଛି ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତ ଏବେ ଵ୍ରହ୍ମପୁର ଜେଲରେ ରହିଛନ୍ତି ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୬ ତାରିଖ ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ବାଇକରେ ଆସି ପୀତବାସ ପଣ୍ଡାଙ୍କ ଉପରକୁ ଫାୟାରିଂ କରିଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ସତ୍ୟ ସାମ୍ନାକୁ ଆସିଥିଲା । ପୋଲିସ ଏହି ଘଟଣାରେ ୧୬ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ସେମାନଙ୍କ ମଧ୍ୟରୁ କେବଳ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ଏବେ ଫୁଲବାଣୀ ଜେଲରେ ରହିଥିବା ସୂଚନା ରହିଛି ।

Leave A Reply

Your email address will not be published.