Latest Odisha News

BREAKING NEWS

ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌, ଭାରତରେ ବାଂଲାଦେଶ ହାଇକମିଶନରଙ୍କୁ ସମାନ

ନୂଆଦିଲ୍ଲୀ: ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌। ଭାରତୀୟ ଦୂତାବାସ ବାହାରେ ନାରାବାଜି। ଭାରତ ବିରୋଧୀ ନାରାବାଜି କରୁଛନ୍ତି ମୌଳବାଦୀ। ଏପଟେ ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ବାଂଲାଦେଶ ହାଇକମିଶନରଙ୍କୁ ସମନ ଜାରି କଲେ ଭାରତ ସରକାର। ଆଜି ଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନରଙ୍କୁ ସମନ କରିଛନ୍ତି ସରକାର। ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତରେ ଅବସ୍ଥାପିତ ବାଂଲାଦେଶର ହାଇକମିଶନର ଏମ୍. ରିଆଜ ହମିଦୁଲ୍ଲାଙ୍କୁ ସମନ କରିଛନ୍ତି। ତାଙ୍କୁ ଢାକାରେ ଭାରତୀୟ ମିଶନର ସୁରକ୍ଷା ବ୍ୟବସ୍ଥା ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଭାରତର ଚିନ୍ତା ବିଷୟରେ ଅବଗତ କରାଯାଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଢାକାରେ ଭାରତୀୟ ମିଶନ ବାହାରେ ପ୍ରତିବାଦ ପ୍ରଦର୍ଶନ କରାଯାଉଛି, ଯାହା ଦୂତାବାସର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ଆନୁଷ୍ଠାନିକ ଭାବରେ ବାଂଲାଦେଶ ସରକାରଙ୍କୁ ପରିସ୍ଥିତି ସ୍ପଷ୍ଟ କରିବାକୁ କହିଛି।

ବାଂଲାଦେଶର ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନସିପି)ର ନେତା ହସନତ ଅବଦୁଲ୍ଲାଙ୍କ ଭାରତ ବିରୋଧୀ ବୟାନବାଜି ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏକ ସାର୍ବଜନୀନ ଭାଷଣରେ ସେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଅଲଗା କରିବାକୁ ଧମକ ଦେଇଥିଲେ। ହସନତ ଅବଦୁଲ୍ଲା ତାଙ୍କର କଠୋର ଭାରତ ବିରୋଧୀ ମତ ପାଇଁ ଜଣାଶୁଣା। ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧିତ କରି ଅବଦୁଲ୍ଲା କହିଥିଲେ ଯେ, ଯଦି ବାଂଲାଦେଶକୁ ଭାରତ ଅସ୍ଥିର କରିବାକୁ ଉଦ୍ୟମ ଜାରି ରଖିବ, ତେବେ ଏହାର ଆଞ୍ଚଳିକ ପରିଣାମ ଗମ୍ଭୀର ହେବ ଏବଂ ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ବିଚ୍ଛିନ୍ନ କରିଦିଆଯିବ।

Leave A Reply

Your email address will not be published.