Latest Odisha News

BREAKING NEWS

ଟି୨୦ ବିଶ୍ୱକପ: କେତେ ବଦଳିଯାଇଛି ଚାମ୍ପିୟନ ଟିମର ଚେହେରା

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୨୦୨୪ ଚାମ୍ପିୟନ ଭାରତୀୟ ଟିମର ଅନେକ ସଦସ୍ୟ ଏଥର ବଦଳିଯାଇଛି । ଗତ ସଂସ୍କରଣରେ କେବଳ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ସଞ୍ଜୁ ସାମସନ, ଶିବମ ଦୁବେ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୂଲଦୀପ ଯାଦବ ଏଥର ସୁଯୋଗ ପାଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଘୋଷିତ ଦଳରୁ ଶୁଭମନ ଗିଲଙ୍କୁ ବାଦ ଦିଆ ଯାଇଥିବା ବେଳେ ଈଶାନ କିଶାନ ଓ ରିଙ୍କୁ ସିଂଙ୍କୁ ସୁଯୋଗ ମିଳିଛି ।

ଭାରତ ଗତ ସଂସ୍କରଣରେ ଚାମ୍ପିୟନ ହେବା ପରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଛନ୍ତି । ଏଥର ରିଙ୍କୁ ସିଂ, ତିଳକ ବର୍ମା, ୱାଶିଂଟନ ସୁନ୍ଦର ଓ ହର୍ଷିତ ରାଣା ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ଅନୁଭବୀ ୱିକେଟକିପର ରିଷଭ ପନ୍ତ, ମହମ୍ମଦ ସିରାଜ ଓ ୟୁଜଭେନ୍ଦ୍ର ଚହଲ ଏଥର ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ୨୦୨୫ରେ ଏହି ଖେଳାଳିମାନେ ଗୋଟିଏ ହେଲେ ଟି୨୦ ମ୍ୟାଚ ଖେଳି ନାହାନ୍ତି ।

Leave A Reply

Your email address will not be published.