Latest Odisha News

BREAKING NEWS

ଜମ୍ମୁ-କଶ୍ମୀରରେ ଜଣଙ୍କ ଘରୁ ଖାଦ୍ୟ ଚୋରୀ କରି ଖସିପଳାଇବାରେ ସଫଳ ହେଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ଉଧମପୁର ଜିଲ୍ଲା ମୋଟୁ ଗାଁରେ ନଜର ଆସିଛନ୍ତି । ଶନିବାର ରାତିରେ ଜଣଙ୍କ ଘରୁ ଆତଙ୍କବାଦୀମାନେ ଖାଦ୍ୟ ଚୋରୀ କରି ଜଙ୍ଗଲ ଭିତରକୁ ପଳାଇ ଥିବା ସୂଚନା ରହିଛି । ଘନ ଜଙ୍ଗଲ ଏବଂ ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀମାନେ ଖସି ପଳାଇବାରେ ସଫଳ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଉଧମପୁର ଜିଲ୍ଲା ମୋଟୁ ଗାଁରେ ମଙ୍ଗଟୁ ରାମଙ୍କ ଘରକୁ ଦୁଇଜଣ ଆତଙ୍କବାଦୀ ପଶି ଆସିଥିଲେ ଏବଂ ଖାଦ୍ୟ ନେଇ ପଳାଇ ଯାଇଛନ୍ତି । ଘଟଣା ପରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀକୁ ତୁରନ୍ତ ମୁତୟନ କରାଯାଇଛି । ଗାଁ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ।

Leave A Reply

Your email address will not be published.